Advertisment

ଜାଲ ସାର୍ଟିଫିକେଟ୍ ଦେଇ ଶିକ୍ଷକ ହୋଇଥିଲେ, ଏବେ ଗିରଫ ହେଲେ

ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।

author-image
Satyendu Shekher Mishra
Fake Certificate

Fake Certificate

ବଲାଙ୍ଗିରରେ ଜାଲ୍ ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ବିଜ୍ଞାନ ଶିକ୍ଷକ । ଗିରଫ ଶିକ୍ଷକ ହେଲେ ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭକ୍ତ ଚରଣ ସେଠ । ସେ ଗତ ୨୦୨୨ ମସିହାରେ ଜାଲ ବି.ଇ.ଡ଼ି ସାର୍ଟିଫିକେଟ ଦେଇ 
ଚାକିରି କରିଥିବା ଅଭିଯୋଗ ହୋଇଛି । ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।

Advertisment

ଏନେଇ ଗତ ୯ ତାରିଖ ଟାଉନ ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ ପୋଲିସ ଭକ୍ତ ଚରଣ ସେଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।

Fake Certificate
Advertisment
Advertisment