/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700540790.jpg)
Coal train caught fire
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ l ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରା ଯାଇ ପାରିନାହିଁ । ରାୟପୁରରୁ ବିଶାଖାପାଟଣା ଯାଉଥିବା ଟ୍ରେନର ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା ।
ତୁରକେଲା ରେଲୱେ ଷ୍ଟେସନରୁ ଟ୍ରେନଟି ଆସୁଥିଲା । ଏନେଇ ତୁରେକେଲାର ଷ୍ଟେସନ ମାଷ୍ଟର ନିଆଁ ଲାଗି ଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଷ୍ଟେସନ ମାଷ୍ଟର ନିଆଁ ଲାଗିବା ସମ୍ପର୍କରେ, କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେଇଥିଲେ l ଟ୍ରେନଟି କଣ୍ଟାବାଞ୍ଜି ଷ୍ଟେସନ ପହଞ୍ଚିବା ପରେ ହିଁ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି ।
ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କଣ ପାଇଁ ନିଆଁ ଲାଗିଲା କଣ ଏହାର କାରଣ, ସେ ସମ୍ପର୍କରେ କିଛି ଜଣା ପଡ଼ିନାହିଁ । ତେବେ ଏ ସମ୍ପର୍କରେ ରେଲୱେ ଅଧିକାରୀ କିମ୍ବା ଅଗ୍ନିଶମ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l ରାୟପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି । କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)