Advertisment

ଟୋକେଇରେ ନକଲି ନୋଟ୍‌ ରଖି ବିଜେପିର ପ୍ରତିବାଦ

ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ୍‌ ରଖି ଅଭିନବ ଢଙ୍ଗରେ ଆଜି ବିଜେପି ପ୍ରତିବାଦ କରିଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP protest over 350 crore cash seized from IT raids on liquor firm

BJP protest over 350 crore cash seized from IT raids on liquor firm

ମଦ ବ୍ୟବସାୟୀଙ୍କ ଠାରୁ ୩୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହେବା ପରେ ବଢୁଛି ପ୍ରତିବାଦ । ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ୍‌ ରଖି ଅଭିନବ ଢଙ୍ଗରେ ଆଜି ବିଜେପି ପ୍ରତିବାଦ କରିଛି । ଭୁବନେଶ୍ୱର କଳ୍ପନା ଛକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।

Advertisment

ରାଜ୍ୟରେ ୫୦ ହଜାର କୋଟି ଟଙ୍କାର ଦୁର୍ନୀତି କରି ମଦର ମହାନଦୀ ସୃଷ୍ଟି କରିଥିବା ବିଜେଡି ସରକାର ବିରୋଧରେ ବିଜେପି ଧାରଣା ଦେଇଛି । ଆଇଟି(ଆୟକର ବିଭାଗ) ରେଡ୍‌ରେ ଜବତ ହୋଇଥିବା ଶହ ଶହ କୋଟି ଟଙ୍କା କାହାର ? କାହିଁକି ଏତେ ବର୍ଷ ଧରି ଝାଡ଼ଖଣ୍ଡ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କୁ ଅନୁକମ୍ପା ଦେଖାଉଥିଲେ ରାଜ୍ୟ ସରକାର ?

Advertisment

ଏହି ଟଙ୍କା ମଦ ବ୍ୟବସାୟୀଙ୍କର ନା ଦଳୀୟ ପାଣ୍ଠି ତାହା ବିଜେଡି ସ୍ପଷ୍ଟ କରୁ ବୋଲି ବିଜେପି ଦାବି କରିଛି । ଏହି ଘଟଣାରେ ଦଳ ସିବିଆଇ ତଦନ୍ତ ମଧ୍ୟ ଦାବି କରିଛି । ଖବର ଲେଖାଯିବା ସୁଦ୍ଧା ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

BJP
Advertisment
Advertisment