/odishatv-khabar/media/post_attachments/uploadimage/library/16_9/16_9_0/s_1702621135.jpg)
Indian Journalist Congress to be organised in Odisha next year
ଓଡ଼ିଶାରେ ହେବ ଇଣ୍ଡିଆନ୍ ଜର୍ଣ୍ଣାଲିଷ୍ଟ କଂଗ୍ରେସ । ଉନ୍ମୋଚନ ହେବ ଲୋଗୋ । ପ୍ରେସ୍ ଇସ୍ତାହାରେ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା ହୋଇଛି । ସମଗ୍ର ଦେଶର ସାମ୍ବାଦିକଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ।
ଏହି କ୍ରମରେ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଭୁବନେଶ୍ୱରରେ ଇଣ୍ଡିଆନ୍ ଜର୍ଣ୍ଣାଲିଷ୍ଟ କଂଗ୍ରେସ ଆୟୋଜନ ହେବ । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଦୁବାଇ ସମେତ ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାରୁ ୨ ହଜାରରୁ ଅଧିକ ସାମ୍ବାଦିକ ଏକାଠି ହେବେ । ଏହି ୩ ଦିନିଆ କାର୍ଯ୍ୟକ୍ରମରେ ସାମ୍ବାଦିକତାର ପରିପୃଷ୍ଠତା ତଥା ସାମ୍ବାଦିକ ସମୂହଙ୍କ କଲ୍ୟାଣ, ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ସେମିନାର ଆୟୋଜନ ହେବ ।
ଏହି ଅବସରରେ ସାମ୍ବାଦିକତାର ପ୍ରତୀକ ଭାବେ ଏକ ‘ଲୋଗୋ’ ଉନ୍ମୋଚିତ ହେବ । ଇଣ୍ଡିଆନ୍ ଜର୍ଣ୍ଣାଲିଷ୍ଟ କଂଗ୍ରେସର ବ୍ୟାପକ ପ୍ରସାର ପାଇଁ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରେ ଏକ ମାସ୍କଟର ଉନ୍ମୋଚନ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)