• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଲକାନଗିରି ଜିଲ୍ଲାରେ ଅଜଣା ଜନ୍ତୁ ଭୟ। ୩୭ଟି ମେଣ୍ଢା ଓ ୭ଟି ଛେଳିଙ୍କୁ ମାରିଲା ଅଜଣା ଜନ୍ତୁ । କୋଇମେଟଲା ପଞ୍ଚାୟତ ଏମଭି-୬୭ ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ସୁନୀଲ ହାଲଦାରଙ୍କ ଘରୁ ରାତିରେ ୩୭ଟି ମେଣ୍ଢା ଛୁଆ ଓ ୭ଟି ଛେଳି ଛୁଆ ନିଖୋଜ ହୋଇଯାଇଥିଲେ ।

ସକାଳୁ ସୁନୀଲଙ୍କ ଘର ପାଖରେ ଥିବା ଜମିରେ ମେଣ୍ଢା ଛୁଆ ଓ ଛେଳି ଛୁଆଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ କାଲିମେଳା ବନାଞ୍ଚଳ ଅଧିକାରୀ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ କଟକ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଭୟାବହ ସ୍ଥିତି ଦେଖାଯାଇଥିଲା । ମେଣ୍ଢା ଛେଳି ଆଦି ଜୀବଜନ୍ତୁଙ୍କୁ ମାରୁଥିଲା ଅଜଣା ଜନ୍ତୁ ।