Advertisment

ବିଜେଡିରେ ପୁଣି ଫେରିଲା କେନ୍ଦ୍ର ବିରୋଧୀ ନାରା, ପୁରୁଣା ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି...

ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିବା ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD returns to its old anti centre slogan

BJD returns to its old anti centre slogan

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ପୁଣି ଫେରିଲା କେନ୍ଦ୍ର ବିରୋଧୀ ନାରା । ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିବା ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଉଠାଇବ ଦଳ ।

Advertisment

ମହାନଦୀ, ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ଅଭିଯୋଗ ସହ ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି ରଖିବ ବିଜେଡି । ଏନେଇ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ସେହିପରି କୋଇଲା ରୟାଲଟି, ସେସ୍ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ରହିବ ।

ଏଥିସହ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସ୍‌ଟି ବୋଝ ଦୂର, ଖାଉଟି ଦର ବୃଦ୍ଧି ଆଦି ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ । ବିରୋଧୀଙ୍କୁ କାଉଣ୍ଟର କରିବାକୁ ସୋସିଆଲ ମିଡିଆକୁ ଅସ୍ତ୍ର କରିବ ବିଜେଡି । ବିରୋଧୀଙ୍କ ପାଖରେ ଇସ୍ୟୁ ନଥିବାରୁ ସେମାନେ ଅପପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ବକ୍ତବ୍ୟ ରଖିଛନ୍ତି । ଓଡ଼ିଶାର ଟ୍ରାନ୍ସଫର୍ମେସନ୍ ବିରୋଧୀଙ୍କ ପାଇଁ ବଡ ସକ୍ ହୋଇଛି । ଏପରିକି ତ୍ରୁଣମୂଳ ସ୍ତରରେ ଆମକୁ ଏହାର ମୁକାବିଲା କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisment

ଓଡ଼ିଶାବାସୀ ଜାଣନ୍ତି, ହଜାରେ ମିଛ କେବେ ସତ ହେବନି ବୋଲି ନବୀନ କହିଛନ୍ତି । ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତା ଓ ବିକାଶର ଆଭିମୁଖ୍ୟ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ବିଜେଡି ଅଭିଯାନ ଆରମ୍ଭ କରିବ।

ଅନ୍ୟପକ୍ଷେ, ବିଜେଡି ସାଙ୍ଗଠନିକ ନିର୍ବାଚନ ବର୍ଷେ ପାଇଁ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି । ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀୱାରୀ ପ୍ରଶିକ୍ଷଣ ଓ ତା’ପରେ ଜୋନାଲ ପ୍ରଶିକ୍ଷଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି । ଏହି କାର୍ଯ୍ୟକାରିଣୀରେ ମୋଟ୍‌ ୨୭ଟି ପ୍ରସ୍ତାବ ଆଗତ ହୋଇଥିଲା । ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।

୨୦୨୦ ମସିହାରେ ଶେଷଥର ପାଇଁ ବସିଥିଲା ଦଳର କାର୍ଯ୍ୟକାରିଣୀ ବୈଠକ । ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । 

Odisha Politics
Advertisment
Advertisment