Advertisment

ବାପାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ରାସନ୍ ଉଠାଉଛନ୍ତି ଡିଲର୍ !

ଏନେଇ ଡିଲରଙ୍କ ବଡ଼ ଭାଇ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ହୋଇଛି। କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ସ୍ଥାନୀୟ ବିଡିଓ କହିଛନ୍ତି ।

author-image
Santosh Kumar Sahoo
PDS Ration

PDS Ration

ମୃତ୍ୟୁ ପରେ ବି ଉଠୁଛି ରାସନ୍ । ନିଜ ବାପାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ତାଙ୍କ ନାଁରେ ପିଡିଏସ୍ ଉଠାଉଛନ୍ତି ଖୋଦ ଡିଲର୍। ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ୍ ଡିଲରଙ୍କ ବଡ଼ ଭାଇ। କଟକ ନିଶ୍ଚିନ୍ତକୋଇଲ ବ୍ଲକ ଗୋପୀନାଥ ନାୟକଙ୍କ ୨୦୨୨ ଜାନୁଆରୀରେ ମୃତ୍ୟୁ ହୋଇଥିଲା। ହେଲେ ଏବେ ପର୍ଯ୍ୟନ୍ତ ତାଙ୍କ ସାନଭାଇ ଡିଲର୍ ବଲ୍ଲଭାନନ୍ଦ ମୃତ ବାପାଙ୍କ ନାଁରେ ଚାଉଳ ଉଠାଉଥିବା ଅଭିଯୋଗ ହୋଇଛି।

Advertisment

ଏନେଇ ଡିଲରଙ୍କ ବଡ଼ ଭାଇ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ହୋଇଛି। କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ସ୍ଥାନୀୟ ବିଡିଓ କହିଛନ୍ତି । ତେବେ ଘଟଣାରେ ସଂପୃକ୍ତ ଡିଲରଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଡିଲରଙ୍କ ପତ୍ନୀ କହିଛନ୍ତି ଘରୋଇ କଳି ଥିବାରୁ ବଡ଼ଭାଇ ଏଭଳି ମିଥ୍ୟ ଅଭିଯୋଗ କରିଛନ୍ତି ।

PDS Ration Cuttack Odisha
Advertisment
Advertisment