Advertisment

ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା, ବୁଖାରୀକୁ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ STF।

author-image
Santosh Kumar Sahoo
Kashimiri Terrorist

Kashimiri Terrorist

ଓଡ଼ିଶାରୁ ଧରାପଡ଼ିଥିବା ସନ୍ଦିଗ୍ଧ ଆତଙ୍କୀ ବୁଖାରୀକୁ ରିମାଣ୍ଡରେ ନେବା ଲାଗି ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିବ। ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି STF ଏସ୍.ପି କହିଛନ୍ତି। ଏଥିସହ ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି। ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି। ଆଶଙ୍କା କରାଯାଉଛି, ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇଛି ଦେଶର ସମ୍ବେଦନଶୀଳ ତଥ୍ୟ। ତା’ମଧ୍ୟରୁ କିଛି ଡିଲିଟ୍ ହୋଇଛି ତ ଆଉ କିଛି ଲାଗିଛି କ୍ରାଇମବ୍ରାଞ୍ଚ STF ହାତରେ। ତେଣୁ ସିଡ଼ିଆର୍ ଆନାଲିସିସ ଆଧାରରେ ସବୁ ତଥ୍ୟର ରହସ୍ୟ ଖୋଲିବା ପାଇଁ ଯାଜପୁର ରଗଡ଼ି ଜେଲରେ ଥିବା ବୁଖାରୀକୁ ରିମାଣ୍ଡରେ ନେବାକୁ ଯୋଜନା ରଖିଛି କ୍ରାଇମବ୍ରାଞ୍ଚ।

Advertisment

ବୁଖାରୀ ସତମିଛ କହି ଏକାଧିକ ବିବାହ କରିଥିଲା। ଓଡ଼ିଶା ସହ ଉତ୍ତରପ୍ରଦେଶ, କେରଳ, ପଂଜାବ, ଜମ୍ମୁ ଓ କାଶ୍ମୀରରେ ତା’ର ୬/୭ଟି ସ୍ତ୍ରୀ ଅଛନ୍ତି । ତା’ର ୫/୬ ସନ୍ତାନ ମଧ୍ୟ ଥିବା ସୂଚନା ମିଳିଛି। ବୁଖାରୀର ଆଉ କେଉଁଠି ସ୍ତ୍ରୀ ଅଛନ୍ତି ତା’ର ତଦନ୍ତ କରାଯିବ । ଏଥିସହ ମେଡିକାଲ୍ ପାଠ ନ ପଢ଼ି କିଭଳି ଫେକ୍ ଡିଗ୍ରୀ ହାସଲ କଲା ତା’ର ମଧ୍ୟ ତଦନ୍ତ କରାଯାଉଛି।

Odisha Jajpur STF NIA Terror Activities
Advertisment
Advertisment