Advertisment

ଆସନ୍ତା ୧୯ରେ ଦିଲ୍ଲୀ ଯିବେ ବିଜେପି ବିଧାୟକ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ କରିବେ ସାକ୍ଷାତ

ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ। ଏହାରି ଭିତରେ ଦଳର ହାଇକମାଣ୍ଡଙ୍କୁ ବିଜେପି ବିଧାୟକ, ସାଂସଦ ଭେଟିବା ରାଜନୈତିକ ମାହୋଲକୁ ସରଗରମ କରିଛି ।

author-image
Santosh Kumar Sahoo
BJP MLA

BJP MLA

ଦିଲ୍ଲୀ ଯିବେ ବିଜେପି ବିଧାୟକ । ଆସନ୍ତା ୧୯ ତାରିଖରେ ବିଜେପିର ୨୨ ବିଧାୟକ ଦିଲ୍ଲୀ ଯିବେ। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିବେ । ବିଧାୟକଙ୍କ ସହ ବିଜେପି ସାଂସଦ, ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

Advertisment

ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ। ଏହାରି ଭିତରେ ଦଳର ହାଇକମାଣ୍ଡଙ୍କୁ ବିଜେପି ବିଧାୟକ, ସାଂସଦ ଭେଟିବା ରାଜନୈତିକ ମାହୋଲକୁ ସରଗରମ କରିଛି । ବରିଷ୍ଠ ବିଧାୟକ ପ୍ରଦୀପ୍ତ ନାୟକଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ କେନ୍ଦ୍ରୀୟ ଯୋଜନା ହଡ଼ପ ଅଭିଯୋଗ ଓ ଦୀର୍ଘ ଦିନ ଧରି ବିଜେପି-ବିଜେଡି ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚାକୁ ବିସ୍ତୁତ ଭାବେ ଆଲୋଚନା ହେବ । ତା’ସହ ଆଗାମୀ ରଣନୀତି ବି ଏହି ବୈଠକ ସ୍ପଷ୍ଟ କରିପାରେ ।

Odisha Narendra Modi Amit Shah BJP MLA
Advertisment
Advertisment