/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702821674.jpg)
Kashmiri Terrorist
ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଇଦ ଇଶାନ୍ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର । ଆସିଛି ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ। ଦେଶ ଭିତରେ ଥାଇ କରିଛି ଇଣ୍ଟରନ୍ୟାସନାଲ୍ ଫୋନ କଲ୍। ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଆର୍ଥିକ କାରବାର। ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ବୁଖାରୀର ଏଭଳି ଦେଶ ବିରୋଧୀ ଷଡ଼ଯନ୍ତ୍ରର ସୁରାକ୍ । ଟେଲିଫୋନିକ କଲ୍ ଡିଟେଲସରୁ ଆଶଙ୍କା କରାଯାଉଛି, ପାକିସ୍ତାନ ISI ଏଜେଣ୍ଟଙ୍କ ସହ ଚାଟ୍ କରିଛି ବୁଖାରୀ । ଆଉ ଚାଟ୍ ହିଷ୍ଟ୍ରିକୁ ଡିଲିଟ୍ ବି କରିଛି । ତେବେ ISI ଏଜେଣ୍ଟଙ୍କ ସହ କି ତଥ୍ୟ ସେୟାର କରିଛି ବୁଖାରୀ ? ଚାଟ୍ ହିଷ୍ଟ୍ରିରେ ରହିଛି କି ଦେଶର ସୁରକ୍ଷା ସଂପର୍କିତ ପ୍ରସଙ୍ଗ ? ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇନି ତ ଓଡ଼ିଶାର ସମ୍ବେଦନଶୀଳ ତଥ୍ୟ ? ଏଭଳି ଆଶଙ୍କା କରି ଜବତ ମୋବାଇଲରୁ ଡିଲିଟ୍ ଚାଟ୍ ହିଷ୍ଟ୍ରିକୁ ହାସଲ ପାଇଁ ଉଦ୍ୟମ କରିବା ସହ ଫରେନସିକ୍ ଲ୍ୟାବର ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ତା’ସହ ଟେଲିକମ୍ କମ୍ପାନୀକୁ କଲ୍ ଡିଟେଲ୍ସ ରିପୋର୍ଟ-CDR ଆସିଲେ ତା’ର ଆନାଲିସିସ୍ କରିବୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ STF ଏସ୍.ପି।
କୁହାଯାଉଛି, ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ବି ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା ମଧ୍ୟ କୁହାଯାଉଛି । ଯାହାର ତଥ୍ୟ ଲାଗିଛି STF ହାତରେ। ବର୍ତ୍ତମାନ ସୁଦ୍ଧା ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି। ଯେଉଁଥିରେ ହୋଇଥିବା ଅସ୍ୱାଭାବିକ କାରବାର ସଂପର୍କରେ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବଗତ କରାଯାଇଛି। ଏବେ ଯାଜପୁର ଜେଲରେ ଥିବା ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆସନ୍ତାକାଲି ଆବେଦନ କରିବ କ୍ରାଇମବ୍ରାଞ୍ଚ STF। ଦରକାର ପଡ଼ିଲେ NIA ଆସିପାରେ ବୋଲି STF ଏସ୍.ପି କହିଛନ୍ତି।
ସନ୍ଦିଗ୍ଧ ଆତଙ୍କୀ ସଇଦ ଇଶାନ୍ ବୁଖାରୀ। ଯିଏ ଛଅ ଛଅ ଜଣ ଯୁବତୀଙ୍କ ସ୍ୱାମୀ। ୫/୬ ଜଣ ସନ୍ତାନଙ୍କ ବାପା। ନା ବେଶୀ ପାଠଶାଠ ପଢ଼ିଛି ନା ରହିଛି ବିଶେଷ ଶିକ୍ଷାଦୀକ୍ଷା। କିନ୍ତୁ ବାବୁ ବନିଥିଲେ ଡାକ୍ତର। ନିଜକୁ ସଜାଇଥିଲେ PMOର ଅଧିକାରୀ। NIAର ବଡ଼ବଡ଼ ଅଫିସରଙ୍କ ଚିହ୍ନା କହି ଭୁଆଁ ବୁଲାଇ ଚାଲୁଥିଲେ ଓଡ଼ିଶାରୁ କାଶ୍ମୀର, ପଞ୍ଜାବରୁ ମହାରାଷ୍ଟ୍ର, କେରଳରୁ ୟୁପି । କାହାଠୁ ପୋଷ୍ଟିଂ ପାଇଁ ତ ଆଉ କାହାର ଟ୍ରାନ୍ସଫର ପାଇଁ ଲଗାଇଛି ଚୁନା । ବୁଖାରୀର ବାପା ବି କିଛି କମ୍ ନୁହଁ । ଯିଏ ନିଶା କାରବାରରେ ସଂପୃକ୍ତ । ୨୦୧୮ରେ ଓଡ଼ିଶା ଆସି ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇଥିବା ଯାଜପୁର ଧର୍ମଶାଳା ନେଉଳପୁରର ଜଣେ ମହିଳାଙ୍କୁ ବିବାହ କରିଥିଲା। ଆଉ ମିଲତନଗରର ଏହି ଘରକୁ ଭଡ଼ାରେ ନେଇ ମାସକୁ ୨୦ ଦିନ ବିଭିନ୍ନ ଆଳ ଦେଖାଇ ରାଜ୍ୟ ବାହାରକୁ ଯାଉଥିଲା। ଗତକାଲିଠୁ ଗିରଫ ପରଠୁ ବୁଖାରି ଏବେ ଯାଜପୁର ରଗଡ଼ି ଜେଲରେ । ତେଣୁ ଯାଜପୁର ଏସପିଙ୍କ ଚିଠି ପରେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବୁଖାରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)