Advertisment

ଠାକୁରଙ୍କୁ ବି ଛାଡ଼ିଲେନି, ପୁରୀ ସାକ୍ଷୀଗୋପାଳ ମନ୍ଦିରରୁ ବଡ଼ଧରଣର ଚୋରି

ଗତକାଲି ବିଳମ୍ବିତ ରାତିରେ ମଦନମୋହନ ମନ୍ଦିରରୁ ଦାନ ବାକ୍ସ ଚୋରାଇ ନେଲେ ଦୁର୍ବୃତ୍ତ….

author-image
Prangyan Parimita
ଅଦ୍ୟତନ ହୋଇଛି
loot

loot

ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ବଡ଼ଧରଣର ଚୋରି। ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରୁ ଚୋରି ହୋଇଛି। ସାକ୍ଷୀଗୋପୀନାଥଙ୍କ ପାର୍ଶ୍ୱରେ ଥିବା ମଦନମୋହନ ମନ୍ଦିରରୁ ଦାନ ବାକ୍ସ ଚୋରି ହୋଇଛି। ଦାନ ବାକ୍ସରେ ସୁନା ଅଳଙ୍କାର ଓ ଅନେକ ଟଙ୍କା ଥିବା ସୂଚନା ମିଳିଛି । ଚୋରି ପରେ ଦାନ ବାକ୍ସ ରୋଷ ଘର ପାଖରେ ଫୋପାଡ଼ି ଚାଲି ଯାଇଛନ୍ତି ଦୁର୍ବୃତ୍ତ ।

Advertisment

ଦୁର୍ବୁତ୍ତ ମାନେ ଚପଲ ପିନ୍ଧି ମନ୍ଦିରରେ ପ୍ରବେଶ କରିଥିବାର ଚିହ୍ନ ରହିଛି । ପୋଲିସ୍ ଓ ଫରେନସିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଛି । ପିପିଲି SDPO ବିରଞ୍ଚି ନାରାୟଣ ପତି, ପୁରୀ ASP ବିଷ୍ଣୁ ପ୍ରସାଦ ପତିଙ୍କ ଉପସ୍ଥିତରେ ତଦନ୍ତ ଆରମ୍ଭ ହୋଇଛି । ହୁଣ୍ଡି ଭିତରେ କେତେ ଟଙ୍କା ଥିଲା ସେ ସମ୍ପର୍କରେ ଏବେ ଯାଏଁ ସୂଚନା ମିଳିନି । ତେଣୁ ସେ ଦିଗରେ ବି ଅନୁଧ୍ୟାନ କରାଯାଉଛି ।

Advertisment

Loot Sakhigopal
Advertisment
Advertisment