Advertisment

କ୍ୟାପିଟାଲ ହସ୍ପିଟାଲରେ କଡ଼ାକଡି ହେଲା ନିୟମ, ବିନା ପ୍ରେସ୍‌କ୍ରିପ୍ସନରେ ଏଣିକି MRI/CT ସ୍କାନ୍ ମନା

MRI / CT ସ୍କାନ୍ ପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସ୍‌କ୍ରିପସନ୍‌ ରେଫେରାଲର ଯାଞ୍ଚ କରାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଦସ୍ତଖତ ସମେତ ତାରିଖ ରହିଥିବା ଆବଶ୍ୟକ।

author-image
Santosh Kumar Sahoo
MRI & CT Scan

MRI & CT Scan

କ୍ୟାପିଟାଲ ହସ୍ପିଟାଲରେ MRI/CT ସ୍କାନ ପାଇଁ କଠୋର ହେଲା ନିୟମ । ଏଣିକି MRI ଓ CT ସ୍କାନ୍‌ ପାଇଁ ଯାଞ୍ଚ ହେବ ରୋଗୀଙ୍କ ପ୍ରେସକ୍ରିପସନ୍। ବିନା ଅନୁସନ୍ଧାନରେ ଡାକ୍ତର ଲେଖିପାରିବେ ନାହିଁ MRI/CT । ଏନେଇ ଜାରି ହୋଇଛି ଏସଓପି । କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା, ଘରୋଇ ସ୍ତରରେ MRI/CT ବ୍ୟୟ ବହୁଳ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ କରିବା ପାଇଁ ରୋଗୀମାନେ ନକଲି ପ୍ରେସକ୍ରିପସନ୍ ବ୍ୟବହାର କରୁଛନ୍ତି । ଏମିତି କି ଏହାକୁ ନେଇ ଦଲାଲ ମାତିଥିବା ଜଣାପଡ଼ିଛି । ତେଣୁ କେବଳ କ୍ୟାପିଟାଲ୍ ହସ୍ପିଟାଲର ସହକାରୀ ପ୍ରଫେସର କିମ୍ବା PGIMERର ଡାକ୍ତର MRI / CT ସ୍କାନ୍ ପାଇଁ ପରାମର୍ଶ ଦେଇପାରିବେ।

Advertisment

MRI / CT ସ୍କାନ୍ ପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସ୍‌କ୍ରିପସନ୍‌ ରେଫେରାଲର ଯାଞ୍ଚ କରାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଦସ୍ତଖତ ସମେତ ତାରିଖ ରହିଥିବା ଆବଶ୍ୟକ। ଅନ୍ୟପଟେ ଡାକ୍ତରମାନେ ଉକ୍ତ ପରୀକ୍ଷା ପାଇଁ ନିଜ ବିଭାଗ ସହିତ ଜଡିତ MRI/ CT ସ୍କାନ୍‌ ପାଇଁ ପରାମର୍ଶ ଦେବେ। ସେହିପରି ଅନେକ ସମୟରେ ଦେଖାଯାଇଛି ଯେ ଅନେକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ଏମଆରଆଇ ଏବଂ ସିଟି ସ୍କାନ ରୁମରେ ପ୍ରବେଶ କରୁଛନ୍ତି। ନିଜ ଇଚ୍ଛା ଅନୁଯାୟୀ,ଏମଆରଆଇ ଏବଂ ସିଟି ସ୍କାନ୍ ପାଇଁ ଟେକ୍ନିସିଆନଙ୍କ ଉପରେ ଚାପ ପକାଉଛନ୍ତି। ସେମାନଙ୍କ ଉପରେ କଡ଼ା ନଜର ରଖାଯିବ। ଯଦି କୌଣସି ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତର ବିଶୃଙ୍ଖଳା କରନ୍ତି ତେବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Odisha Capital Hospital CT Scans
Advertisment
Advertisment