• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶିମିଳିପାଳରେ ମହାବଳ ଲଢ଼େଇ । ଦୁଇଟି ମହାବଳ ବାଘ ମଧ୍ୟରେ ଏହି ଲଢ଼େଇ ହୋଇଛି । T 31 ଓ T 35 ମଧ୍ୟରେ ଏହି ବିଗ୍ ଫାଇଟ ହୋଇଛି । ଉଭୟଙ୍କ ମଧ୍ୟରୁ ଟି ୩୫ ଅପେକ୍ଷାକୃତ ଭାବେ ଟି ୩୧ ଅପେକ୍ଷା ଯୁବ ବୟସର । ନିର୍ଦ୍ଦିଷ୍ଟ ଜଙ୍ଗଲରେ ନିଜର ଏକଚାଟିଆ ଆଧିପତ୍ୟ ପାଇଁ ବାଘ-ବାଘ ମଧ୍ୟରେ ଲଢେଇ ହୋଇଥାଏ । ଏହି ଦୁଇ ବିଗ୍ କ୍ୟାଟ୍‌ଙ୍କ ବିଗ୍ ଫାଇଟ ମଧ୍ୟ ଆଧିପତ୍ୟ ପାଇଁ ହୋଇଥିବା ଅନୁମାନ କରାଯାଉଛି ।

ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି । ଭିଡିଓରେ କିଛି ସମୟ ପରେ ଦେଖାଯାଇଛି ଯେ, ଟି ୩୫ ଏକାକୀ ବୁଲୁଛି । ଅର୍ଥାତ ଏହି ବାଘଟି ଲଢ଼େଇରେ ଜିତିଥିବାର ଅନୁମାନ କରାଯାଉଛି । ଫଳରେ ଶିମିଳିପାଳ ଅଭୟାରଣ୍ୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ T-35 ନିଜର ଏକ ଚାଟିଆ ଆଧିପତ୍ୟ ଜାହିର କରିଥିବା ସ୍ପଷ୍ଟ ହୋଇଛି ।

ଏହା ଏକ ସାଧାରଣ ଘଟଣା । ମାତ୍ର ଲୋକଙ୍କୁ ମହାବଳ ବାଘଙ୍କ ଫାଇଟ୍‌ ସମ୍ପର୍କରେ ଅବଗତ କରିବାକୁ ଏହି ଭିଭିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଶିମିଳିପାଳ RRCF ପ୍ରକାଶ କରିଛନ୍ତି । ତେବେ ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଅସ୍ତିତ୍ୱକୁ ନେଇ ବହୁ ପ୍ରଶ୍ନ ଉଠୁଥିବା ବେଳେ ଏବେ ସେଥିରେ ଏକ ପ୍ରକାର ବିରାମ ଲାଗିଛି । କାରଣ ଏପରି ଫାଇଟ୍‌ ଶିମିଳିପାଳରେ ବାଘଙ୍କ ବଂଶବିସ୍ତାର ହେଉଥିବା ସୂଚନା ଦେଉଛି ।

ଶିମିଳିପାଳ ଏବେ ବାଘଙ୍କ ବାଘଙ୍କ ସୁରକ୍ଷା ଆଶ୍ରୟସ୍ଥଳୀ ପାଲଟିଛି । ଶିମିଳିପାଳରେ ୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇ ପାଟ୍ରୋଲିଂ କରାଯାଉଛି । ଏଥିସହ ବନ ବିଭାଗ ପକ୍ଷରୁ ମଧ୍ୟ କଡ଼ା ପହରା ଦିଆଯାଉଛି । ଫଳରେ ଦିନେ ଶିକାରୀଙ୍କ ଚରା ଭୂଇଁ ପାଲଟିଥିବା ଶିମିଳିପାଳ ଏବେ ସେଥିରୁ ମୁକ୍ତ ପାଉଥିବା ଅନୁମାନ କରାଯାଉଛି ।

ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୩୫ ମହାବଳ ବାଘ । ବାଘ ଗଣନା ବେଳେ କ୍ୟାମେରା ଟ୍ରାପରୁ ଏହା ଜଣାପଡ଼ିଛି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ ଏହି ସୂଚନା 
ଦେଇଛନ୍ତି । ସେ କହିଛନ୍ତି ଗଣନା ଚାଲିଛି, ଏବେ ୩୫ ପାଖାପାଖି ମହାବଳ ବାଘ ଅଛନ୍ତି । ଗଣନା ସରିଲେ ଏହା ସ୍ପଷ୍ଟ ଜଣାପଡ଼ିବ ବୋଲି ସେ କହିଛନ୍ତି ।