/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702879415.jpg)
diarrhea in rourkela
ସ୍ମାର୍ଟସିଟି ରାଉରକେଲାରେ ଚିନ୍ତା ବଢ଼ାଇଛି ଝାଡ଼ାବାନ୍ତି। ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ୧୬୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୨୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।
ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଝାଡ଼ାବାନ୍ତି କେସ୍ ଆସୁଛି । ସେଥିପାଇଁ ୬ ଟି ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ଼ ମେଡିକାଲ କଲେଜରୁ ୪ ଜଣ ଫ୍ୟାକଲଟିଙ୍କୁ ନିୟୋଜିତ କରାଯାଇଛି । ସିଡିଏମଓଙ୍କ ତରଫରୁ ୪ ଜଣ ଜୁନିୟର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ୧୨ ଜଣ ଷ୍ଟାଫ୍ ନର୍ସଙ୍କୁ ସେଠାକୁ ପଠାଯାଇଛି । ଦୁଇ ଜଣ ଟେକ୍ନିସିଆନଙ୍କୁ ପଠାଯାଉଛି । ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି। ଜିଲ୍ଲାପାଳ ମଧ୍ୟ ସ୍ଥିତି ସମୀକ୍ଷା କରିଛନ୍ତି । ପାଣି ପାଇଁ ଏମିତି ଝାଡା ବାନ୍ତି ବ୍ୟାପିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପାଣିରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ ୱାଟକୋକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)