/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702822138.jpg)
BJP MLA will Meet Modi
ଦିଲ୍ଲୀରେ ହେବ ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି। କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ ମୋଦି, ଶାହା, ନଡ୍ଡାଙ୍କଠୁ ନେବେ ୨୪ ବିଜୟ ଗୁରୁମନ୍ତ୍ର। ଏଥିପାଇଁ ରାଜ୍ୟ ସଭାପତିଙ୍କ ସାଙ୍ଗରେ ୧୯ ତାରିଖରେ ଦିଲ୍ଲୀ ଯାଉଛନ୍ତି ୨୨ ବିଧାୟକମାନେ । ବିଜେପିର ପୂରା MLA ବ୍ରିଗେଡ୍। ସେଠି ଏମାନଙ୍କ ସହ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ଯେଉଁଠି ୨୪ ନିର୍ବାଚନ ବ୍ଲୁପ୍ରିଣ୍ଟ କାର୍ଯ୍ୟକାରୀ କରିବାକୁ ଆଲୋଚନା ହେବ। ଏଥିସହ କେନ୍ଦ୍ରୀୟ ଯୋଜନା ହଡ଼ପ ଏବଂ ଏ ସବୁଥିରେ ମୋଦି ଫଟୋ ହଟାଯିବା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ବିଧାୟକ ଦଳ।
ସେହିପରି ଓଡ଼ିଶାରେ ବିଜେପି ସହ ମେଣ୍ଟ ହେବ ବୋଲି ବିଜେଡି ମିଛ ପ୍ରଚାର କରି ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗିବାର ଉଦ୍ୟମ କରୁଥିବାରୁ ସେ ବାବଦରେ ମଧ୍ୟ କେନ୍ଦ୍ର ନେତୃତ୍ୱଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ବିଧାୟକ ପ୍ରଦୀପ୍ତ ନାୟକ। ପ୍ରତିକ୍ରିୟାରେ ବିଜେଡି କହିଛି କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଭଲଭାବେ କାର୍ଯ୍ୟକାରୀ ହୋଇଛି। ବିଧାୟକ ଯେତେ ଅଭିଯୋଗ କଲେ ବି କିଛି ପ୍ରଭାବ ପଡ଼ିବନି। ଅନ୍ୟପଟେ କଂଗ୍ରେସ, ବିଜେପି ବିଧାୟକଙ୍କ ଗସ୍ତକୁ କଟାକ୍ଷ କରିଛି।
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜବରଦସ୍ତ ବିଜୟ ପରଠୁ ଉତ୍ସାହିତ ରାଜ୍ୟ ବିଜେପି । ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଏବେ ପୂରା ଆଟାକିଂ ମୋଡରେ ଗେରୁଆ କ୍ୟାମ୍ପ । ସେ ବଲାଙ୍ଗିର ମଦ ବେପାରୀଙ୍କଠୁ ୩୫୦ କୋଟିର ନଗଦ ଟଙ୍କା ଜବତ ଘଟଣାକୁ ବଡ଼ ମୁଦ୍ଦା କରି ପ୍ରତିବାଦ ଜାରି ରଖିବା ହେଉ, କି ୨୪ ନିର୍ବାଚନରେ ରାଜ୍ୟରେ ସରକାର ଗଠନ ପାଇଁ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀଙ୍କ ଦମ୍ଭୋକ୍ତି । ବିଗତ କିଛି ଦିନ ହେବ ବାରିହେଇ ପଡ଼ୁଛି ବିଜେପି ଷ୍ଟ୍ରାଟେଜି ପରିବର୍ତ୍ତନର ସ୍ପଷ୍ଟ ଛାପ । ଏପରିକି, ନିକଟରେ ନିଜେ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ବି ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ହେବା କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛି ବୋଲି କହିଥିଲେ।
ତେବେ ଦିଲ୍ଲୀ ବୈଠକରେ ବିଧାୟକ ଓ ସାଂସଦଙ୍କୁ ଦିଲ୍ଲୀ ନେତୃତ୍ୱ କି ଟାସ୍କ ଦେଉଛନ୍ତି ଏବଂ ରାଜ୍ୟରେ କ୍ଷମତା ଦଖଲ ଦିଗରେ ତାହା କେତେ ଫଳବତୀ ହେଉଛି ଏବେ ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)