• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୁନ୍ଦରଗଡ ସଦର ଥାନା ତେଲେନଡିହିରେ ବଡ଼ ଧରଣର ମର୍ମନ୍ତୁଦ ଦୁର୍ଘଟଣା । ଅକାଳରେ ଚାଲିଗଲା ୫ ଜଣଙ୍କ ଜୀବନ । ଏକ ଅଟୋକୁ ଧକ୍କା ଦେଲା ହାଇୱା। ଫଳରେ ଅଟୋରେ ବସିଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଟୋରେ ୭ ଜଣ ଥିବା ବେଳେ ଆଉ ଦୁଇ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଓ ଗୁରୁତରଙ୍କ ଘର ବଗିଚାପଡା ଓ ମସଜିଦପଡା ଅଞ୍ଚଳରେ ।

ସୂଚନା ଅନୁଯାୟୀ, ସରସ୍ୱତୀନାଳାରେ ଭୋଜି ସାରି ଫେରିବା ବାଟରେ ତେଲେନଡିହି ନିକଟରେ ଠିଆ ହୋଇଥିଲା ଅଟୋ । ସୁନ୍ଦରଗଡରୁ କିଞ୍ଜିରିକେଲା ଆଡକୁ ଯାଉଥିଲା ହାଇୱା । ଅଟୋକୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ପରେ ଦୁଇଟି ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ହାଇୱା ଧକ୍କା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

#ହାଇୱା_ଧକ୍କାରେ_୫ମୃତ
-ସୁନ୍ଦରଗଡ଼: ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ

-ସଦର ଥାନା ତେଲେନଡିହିରେ ମର୍ମନ୍ତୁଦ ଦୁର୍ଘଟଣା
-୨ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି#Accident #Sundargarh #Odisha #OTV pic.twitter.com/fmIU4I57TS