• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ତାମିଲରେ ଅନୁବାଦ(ଟ୍ରାନ୍ସଲେଟ୍‌) କରିଛି AI । ରବିବାର ବାରାଣସୀର ‘ନମୋ ଘାଟ’ରେ କାଶୀ ତାମିଲ ସଙ୍ଗମମ୍‌-୨.୦ର ଉଦଘାଟନ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ହିନ୍ଦୀରେ ଭାଷଣ ଦେଇଥିଲେ । ଯାହାକୁ ସମାନ ସମୟରେ ତାମିଲରେ ଅନୁବାଦ କରିଥିଲା AI । ଏନେଇ ମୋଦି କହିଛନ୍ତି ଯେ ଟେକ୍ନୋଲୋଜି ମାଧ୍ୟମରେ ଗୋଟିଏ ସମୟରେ ସେ ଅନେକ ଲୋକଙ୍କ ପାଖକୁ ପହଞ୍ଚି ପାରୁଛନ୍ତି । ଏହା ଏକ ନୂଆ ଅନୁଭୂତି, ଆଶା କରୁଛି ଏହାଦ୍ୱାରା ଆପଣଙ୍କ ପାଖରେ ପହଞ୍ଚିବା ମୋ ପାଇଁ ସହଜ ହେବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଭାଷଣକୁ AI ଆଧାରିତ ଅନୁବାଦ ଉପକରଣ 'ଭାସିନୀ' ମାଧ୍ୟମରେ ଅନୁବାଦ କରାଯାଇଥିଲା । 'ଭାସିନୀ' ହେଉଛି ଏକ AI- ଅନ୍ତର୍ଭୂକ୍ତ ଭାଷା ଅନୁବାଦ ପ୍ରଣାଳୀ । ଯାହାଦ୍ୱାରା ମୋଦି ସବୁବେଳ କହୁଥିବା ହିନ୍ଦୀ ଭାଷାକୁ ତାମିଲ ଭାଷାରେ ପରିଣତ କରାଯାଇପାରିଛି ।

ମୋଦି ତାମିଲ ସଙ୍ଗମମ୍‌-୨.୦ କାର୍ଯ୍ୟକ୍ରମରେ କହିଛନ୍ତି, ‘ବାରଣାସୀ ଓ ତାମିଲନାଡ଼ୁ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ରହିଛି । ତାମିଲନାଡୁରୁ ବାରଣାସୀ ଆସିବା ମାନେ ହେଉଛି ମହାଦେବଙ୍କ ଗୋଟିଏ ଆସ୍ଥାନରୁ ଆଉ ଏକ ଆସ୍ଥାନକୁ ଆସିବା । ଦେଶର ଏ ମୁଣ୍ଡରୁ ସେ ମୁଣ୍ଡ ଗସ୍ତ କରି ଆଦି ଶଙ୍କରାଚାର୍ଯ୍ୟ ଓ ରାମାନୁଜଙ୍କ ପରି ସନ୍ଥ ଭାରତରେ ନବଜାଗରଣ ସୃଷ୍ଟି କରିଥିଲେ । ସଂସଦର ନୂଆ ବିଲଡିଂରେ ପ୍ରବେଶ କରିବା ବେଳେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ନିଦର୍ଶନ ଦେଖିବାକୁ ମିଳିଥିଲା । ନୂଆ ସଂସଦ ଭବନରେ ସେନଗଲ ମଧ୍ୟ ସ୍ଥାପିତ ହୋଇଛି’ ।

 

ପ୍ରଧାନମନ୍ତ୍ରୀ ମୋଦି ରବିବାର ଉତ୍ତରପ୍ରଦେଶର ବାରଣାସୀଠାରେ କାଶୀ ତାମିଲ ସଙ୍ଗମମ୍ ୨୦୨୩କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କନ୍ୟାକୁମାରୀ-ବାରଣାସୀ ତାମିଲ ସଙ୍ଗମମ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଥିରୁକ୍କୁରାଲ, ମଣିମେକାଲାଇ ଏବଂ ଅନ୍ୟାନ୍ୟ କ୍ଲାସିକ୍ ତାମିଲ ସାହିତ୍ୟର ବହୁଭାଷୀୟ ଓ ବ୍ରେଲି ଅନୁବାଦର ଶୁଭାରମ୍ଭ କରିଥିଲେ । ସେ ପ୍ରଦର୍ଶନୀରେ ବୁଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ । କାଶୀ ତାମିଲ ସଙ୍ଗମମ୍ ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ଶିକ୍ଷାକେନ୍ଦ୍ର । ତାମିଲନାଡୁ ଏବଂ କାଶୀ ମଧ୍ୟରେ ଥିବା ପୁରୁଣା ସମ୍ପର୍କର ପୁନରୁଦ୍ଧାର ଏବଂ ପୁନଃ ଆବିଷ୍କାର କରିବାକୁ ଲକ୍ଷ୍ୟ ରଖାଯାଇଛି ।