ଯେଉଁ ସରକାରୀ ସଂସ୍ଥାରେ ୫୦ କିମ୍ବା ତା ଠୁ ଅଧିକ ମହିଳା କର୍ମଚାରୀ ଥିବେ, ସେଠାରେ କ୍ରେଚ୍ ବ୍ୟବସ୍ଥା କରାଯିବ । ମହିଳା କର୍ମଚାରୀମାନେ ନିଜ ଶିଶୁଙ୍କ ଯତ୍ନ ନେବା ଲାଗି ଏହି କ୍ରେଚ ବ୍ୟବସ୍ଥା କରିବାକୁ ରାଜ୍ୟ ମାନବାଧିକାର କମିଶନ, ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ।
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ପ୍ରସଙ୍ଗରେ ଜି. କିଶନ ରେଡ୍ଡୀ କହିଛନ୍ତି, ପାଇକ ବିଦ୍ରୋହକୁ ରେକର୍ଡରୁ ବାହାର କରି ପାଇକ ସ୍ୱତନ୍ତ୍ର ସେନାନୀ ବୋଲି କହିବାର ଆବଶ୍ୟକତା ରହିଛି ।
ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ୱାନ ବାର୍ ୱାନ ଭୋଟ ପଦ୍ଧତିରେ ରାଜ୍ୟର ୧୫୧ଟି ବାର ଆସୋସିଏସନ ରେ ଭୋଟ ଗ୍ରହଣ କରାଯିବ ।
ମାନସ କହିଛନ୍ତି, ଗତ ଜାନୁୟାରୀ ୨୯ ତାରିଖରେ ପୁରୀରେ ଏକ ସର୍ଟ ଫିଲ୍ମ ସୁଟିଂ ହୋଇଥିଲା । ଯେଉଁଥିରେ ୨ ଯୁବତୀ ଓ ଜଣେ ମହିଳାଙ୍କ ସହ ଅଭିନୟ କରିଥିଲେ ପୂର୍ବତନ OIS ଅଧିକାରୀ ନିରଂଜନ ସେଠୀ ।
ପୌର ନିର୍ବାଚନର ଆଜି ଆସିବ ଫଳାଫଳ। ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।
ପୌର ଭୋଟ ଗଣତିର ଅପଡେଟ୍ ଖବର, ଜାଣନ୍ତୁ କିଏ ଆଗରେ.. ଆଜି ରାଜ୍ୟରେ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭୋଟ୍ରେ ଜନତାଙ୍କ ଫୈସଲା ପରେ କାଲି ଖୋଲିବ ଇଭିଏମ୍ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ । ତା ପୂର୍ବରୁ ଗଲା ରାତିଠୁ ସବୁ ଷ୍ଟ୍ରଙ୍ଗରୁମ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ।
ଗୋଟିଏ କି ଦୁଇଟି ନୁହଁ, ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ମାନସ ଲେଖିଛନ୍ତି ତିିନି ତିିନିଟି ଚିଠି । ଦୟାଲ ଆଶ୍ରମରୁ ମିଳିଥିବା ସବୁ ଚିଠିରେ ରହିଛି ପ୍ରାୟତଃ ସମାନ କଥା ।
ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେବ କୁମାର ଥାନାରେ ଥିଲେ, ହେଲେ କ୍ୱାର୍ଟରକୁ ଯିବା ପରେ ଘଟିଥିଲା ଅକସ୍ମାତ୍ ଅଘଟଣ । ଗୁଳି ଫୁଟିବା ଶବ୍ଦ ଶୁଣି ତତକ୍ଷଣାତ୍ ଥାନାର ଅନ୍ୟ କର୍ମଚାରୀମାନେ ଆଇଆଇସିଙ୍କ କ୍ୱାର୍ଟରକୁ ଦୌଡ଼ିଥିଲେ ।
ନିକଟରେ ସରିଥିବା ପୌର ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ମାତ୍ର ୫୦ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ଭୋଟିଂକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ପରସ୍ପର ଉପରେ ଦୋଷ ଲଦିଛନ୍ତି ଶାସକ ଓ ବିରୋଧୀ ।
ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଜମିଥିଲା ଭିଡ଼ । ବେକରେ ଏକ ପରିଚୟପତ୍ର ଝୁଲାଇ ସଂପୃକ୍ତ ଯୁବକ ପଶିଥିବା ଅଭିଯୋଗ ହୋଇଛି ।
ଦୂତୀଙ୍କ ଫେସବୁକ୍ ପୋଷ୍ଟର କଡ଼ା ଜବାବ ରଖିଲେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ । ହକି ଖେଳକୁ ନେଇ ଦୂତୀ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ଦିଲ୍ଲୀପ ।
ଏହି ଘଟଣାକୁ ନେଇ ଏବେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ହତ୍ୟା କରିବା ପରେ ନକ୍ସଲମାନେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ଯେ, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା କରାଯାଇଛି
‘ରାଜ୍ୟ ସରକାର କୋଟି କୋଟି ଟଙ୍କାର ଭିତ୍ତିଭୂମି ପ୍ରସ୍ତୁତ କରିବାରେ ବ୍ୟସ୍ତ । କିନ୍ତୁ ଏପଟେ କ୍ରୀଡ଼ାବିତ୍ମାନେ ଦିନକୁ ଦିନ ହଜିଗଲେଣି । ଖେଳକୁ ନେଇ ରାଜ୍ୟରେ ରାଜନୀତି ଚାଲିଛି ।
କଙ୍କାଳ କେତେ ପୁରୁଣା ? କଙ୍କାଳ ପୁରୁଷ କି ମହିଳାଙ୍କର ? କଙ୍କାଳର ବୟସ କେତେ ? କଙ୍କାଳରେ ଲାଗିଥିବା ମାଟି କେଉଁ ସ୍ଥାନର ? ଏମ୍ସରେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।
ଗୋଟିଏ ପଟେ ବିଜେଡି ପକ୍ଷରୁ କ୍ଲିନ୍ ସ୍ୱିପ୍ ନେଇ କୁହାଯାଉଥିବା ବେଳେ ବିଜେପି କହିଛି ୩୦ ରୁ ୩୫ ପୌର ପରିଷଦ ହାତେଇବ । ଆସନ୍ତାକାଲି ଫଳାଫଳ ଆସିବାକୁ ଥିବା ବେଳେ, ତା’ପୂର୍ବରୁ ଏଭଳି ଦୃଢୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଧିରେ ଧିରେ ଫିଟୁଛି ଗୁମର । ଘଟଣାକୁ ନେଇ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିବାବେଳେ ଶର୍ମିଷ୍ଠାଙ୍କ ମାଆ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।
କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ଜଣାପଡ଼ିନି ।
ସରିଛି ପୌର ଭୋଟ, ଆସନ୍ତାକାଲି ଗଣତି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ ।
ମୁଁ ଚିଠିଟି ପଢ଼ିବା ପରେ ସନ୍ଧ୍ୟାରେ ଶର୍ମିଷ୍ଠା ମ୍ୟାଡାମକୁ ଦେଇଥିଲି।
ପୋଲିସ ପଦକ୍ଷେପ ପାଇଁ ପ୍ରାୟ ୫୮ ମାଓବାଦୀ ନିହତ ହୋଇଛନ୍ତି।
ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଅଧିବେଶନକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି।
ଜଙ୍ଗଲରୁ ଉଦ୍ଧାର ହେଲା ଦରପୋଡ଼ା ହାଡ଼ ମାଂସ । ମୟୁରଭଞ୍ଜ କରଞ୍ଜିଆ ଯଶୀପୁର ଥାନା ବଡ଼ ଶିଆଳିନଈ ଗାଁ ନିକଟସ୍ଥ ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଘଟଣା ।
ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି ବୋଲି ରାଜ୍ୟପାଳ କହିଛନ୍ତି।