/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648263257.jpg)
Camera Man Manas Swain
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ । ଯେଉଁ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି, ସେଥିରେ ଥିଲା ପୂର୍ବତନ OIC ନିରଞ୍ଜନ ସେଠିଙ୍କ ଗାଧୁଆ ସିନ୍ । ତେବେ ସେହି ସିନ୍ରେ ନିରଞ୍ଜନ ସେଠି ଏକା ଥିଲେ ନା ତାଙ୍କ ସହ ଥିଲେ ଆଉ ଦୁଇ ମହିଳା । ତାହା ଏବେ ସ୍ପଷ୍ଟ ହୋଇନାହିଁ । ତେବେ କାହାଣୀରେ ଏଭଳି ଟ୍ୱିଷ୍ଟ ଆଣିଛନ୍ତି ମାନସଙ୍କ ଜଣେ ସହଯୋଗୀ ।
ମାନସ କହିଛନ୍ତି, ଗତ ଜାନୁୟାରୀ ୨୯ ତାରିଖରେ ପୁରୀରେ ଏକ ସର୍ଟ ଫିଲ୍ମ ସୁଟିଂ ହୋଇଥିଲା । ଯେଉଁଥିରେ ୨ ଯୁବତୀ ଓ ଜଣେ ମହିଳାଙ୍କ ସହ ଅଭିନୟ କରିଥିଲେ ପୂର୍ବତନ OIS ଅଧିକାରୀ ନିରଂଜନ ସେଠୀ । ସେହି ଫିଲ୍ମରେ ଏକ ଗାଧୁଆ ସିନ୍ ମଧ୍ୟ ରହିଥିଲା । ପୁରୀରେ ହିଁ ସେହି ଗାଧୁଆ ସିନ୍ ସୁଟିଂ କରାଯାଇଥିଲା । ଆଉ ସେତେବେଳେ କ୍ୟାମେରା ମ୍ୟାନ୍ ଥିଲେ ମାନସ ସ୍ୱାଇଁ । ସୁଟିଂକୁ ନିଜେ ଶର୍ମିଷ୍ଠା ମଧ୍ୟ ଯାଇଥିଲେ । ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଧିଷ୍ଟ ସିନ୍ର ଭିଡ଼ିଓ ଡିଲିଟ୍ ହୋଇଯାଇଥିଲା । ତେଣୁ ଶର୍ମିଷ୍ଠା ଏବଂ ନିରଂଜନ, ମାନସଙ୍କଠାରୁ କ୍ୟାମେରା ନେଇଯିବା ସହ ଟଙ୍କା ବି ବାକି ରଖିଥିଲେ ।
ତେବେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ମେମୋରି ଚିପ୍ରୁ ଭିଡିଓ ରିକଭରି କରି ଫେରାଇବେ କହି ତାକୁ ନେଇଥିଲେ । କିନ୍ତୁ ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ ମେମୋରି ଚିପ୍ ଫେରାଇନଥିଲେ ମାନସ । ଯାହାକୁ ନେଇ ତୀବ୍ର ହୋଇଥିଲା ବିବାଦ । ଆଉ ସେହି ବିବାଦର ପରିଣାମ ସ୍ୱରୂପ ମାନସଙ୍କୁ ଆକ୍ରମଣ କରାଯାଇଥିବା ଆଶଙ୍କା କରିଛନ୍ତି ମାନସଙ୍କ ସହଯୋଗୀ କ୍ୟାମେରାମ୍ୟାନ । ତାସହ ଦୟାଲ ଆଶ୍ରମରେ ମଧ୍ୟ ସର୍ଟ ଫିଲ୍ମ ସବୁ ସୁଟିଂ ହୁଏ ବୋଲି କହିଛନ୍ତି ମାନସଙ୍କ ସହଯୋଗୀ ।
ତେବେ ଏଠି ପ୍ରଶ୍ନ ଉଠୁଛି, ନିରଞ୍ଜନଙ୍କ ଗାଧୁଆ ସିନ୍ରେ ଅନ୍ୟ କୌଣସି ମହିଳା ରହିଥିଲେ କି ? ଯାହାକୁ ନେଇ ଏତେ ବିବ୍ରତ ହୋଇପଡ଼ିଥିଲେ ନିରଞ୍ଜନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)