Advertisment

୫୦ ରୁ ଅଧିକ ମହିଳା କର୍ମଚାରୀ ଥିଲେ ସରକାରୀ ସଂସ୍ଥାରେ କ୍ରେଚ୍‌ ବ୍ୟବସ୍ଥା

ଯେଉଁ ସରକାରୀ ସଂସ୍ଥାରେ ୫୦ କିମ୍ବା ତା ଠୁ ଅଧିକ ମହିଳା କର୍ମଚାରୀ ଥିବେ, ସେଠାରେ କ୍ରେଚ୍ ବ୍ୟବସ୍ଥା କରାଯିବ । ମହିଳା କର୍ମଚାରୀମାନେ ନିଜ ଶିଶୁଙ୍କ ଯତ୍ନ ନେବା ଲାଗି ଏହି କ୍ରେଚ ବ୍ୟବସ୍ଥା କରିବାକୁ ରାଜ୍ୟ ମାନବାଧିକାର କମିଶନ, ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ।

author-image
Otv Khabar Bureau
Odisha State Commission For Women

Odisha State Commission For Women

ଯେଉଁ ସରକାରୀ ସଂସ୍ଥାରେ ୫୦ କିମ୍ବା ତା ଠୁ ଅଧିକ ମହିଳା କର୍ମଚାରୀ ଥିବେ, ସେଠାରେ କ୍ରେଚ୍ ବ୍ୟବସ୍ଥା କରାଯିବ । ମହିଳା କର୍ମଚାରୀମାନେ ନିଜ ଶିଶୁଙ୍କ ଯତ୍ନ ନେବା ଲାଗି ଏହି କ୍ରେଚ ବ୍ୟବସ୍ଥା କରିବାକୁ ରାଜ୍ୟ ମାନବାଧିକାର କମିଶନ, ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ମାନବାଧିକାର କମିଶନ ଜଷ୍ଟିସ ବିଜୟକୃଷ୍ଣ ପଟେଲ, ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଏହି ସୁପାରିଶ କରଛନ୍ତି ।

Advertisment

ଏହାସହ ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ମାତୃତ୍ୱ ସୁବିଧା ଆଇନରେ ସଂଶୋଧିତ ଧାରା ଅନୁସାରେ ୫୦ରୁ ଅଧିକ ମହିଳା କର୍ମଚାରୀ ଥିବା ସଂସ୍ଥାରେ କ୍ରେଚ ବ୍ୟବସ୍ଥା ରହିବ, ହେଲେ ସଚିବାଳୟ, ଉଚ୍ଚ ଅଦାଲତ, ତୋଷାଳି ଭବନ ଭଳି ସ୍ଥାନରେ ଏହା ନଥିବାରୁ ମାନବାଧିକାର କର୍ମୀ ଏନେଇ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

Odisha State Commission For Women Creches System
Advertisment
Advertisment