ଓଡ଼ିଶାରେ ସଂଗଠନ ସୁଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍ । ସଦସ୍ୟତା ସଂଗ୍ରହ ଅଭିଯାନକୁ ଜୋରଦାର କରିବା ପାଇଁ କଂଗ୍ରେସର ପ୍ରୟାସ । ଅଫ୍ଲାଇନ୍ ସହ ଏଣିକି ଅନ୍ଲାଇନରେ ବି ସଦସ୍ୟତା ସଂଗ୍ରହ କରାଯିବା ନେଇ ଦଳ ପକ୍ଷରୁ କୁହାଯାଇଛି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣାକୁ ଓହ୍ଲାଇବ କଂଗ୍ରେସ । ତେବେ ୨ ଏପ୍ରିଲରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଦର୍ଶନ ଓ ୭ ଏପ୍ରିଲରେ ଭୁବନେଶ୍ୱରରେ ପ୍ରତିବାଦ କରିବ ଦଳ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବଦଳୁଛି କି ରାଜଧାନୀବାସୀଙ୍କ ମୁଡ୍? ଭୁବନେଶ୍ୱର ମହାନଗର ନିଗମର ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଏକ ଲକ୍ଷ ୧୩ ହଜାର ୪ଶହ ଭୋଟ ମିଳିବା ପରେ ଏବେ ଏଭଳି ପ୍ରଶ୍ନ ଉଠିଛି ।
ରାଜନୈତିକ ସମୀକ୍ଷକଙ୍କ ମତରେ ସହରାଞ୍ଚଳ ଭୋଟ୍ ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ରହିଥାଏ । ତେଣୁ ଫଳାଫଳ ଏଭଳି ହୋଇଛି । ଆଗକୁ ସେଥିରେ ସୁଧାର ନଆସିଲେଲେ ଓ ଲୋକଙ୍କ ସମସ୍ୟା ସମାଧାନ ନକଲେ ତାର ପ୍ରଭାବ ପଡିବ ।
କ୍ରାଇମ୍ ସ୍ପଟ୍ରେ କ୍ରାଇମବ୍ରାଞ୍ଚ୍। ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା। ଯେଉଁଠି ରହସ୍ୟଜନକ ମେମୋରୀଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ସବକ୍ ଶିଖାଇବାକୁ ଏଠାରେ ତିଆରି ହୋଇଥିଲା ଅପରାଧର ନକ୍ସା।
IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ? ଚାପରେ ଥାଇ ଆତ୍ମହତ୍ୟା, ସର୍ଭିସ ରିଭଲଭରରୁ ଅକସ୍ମାତ ଗୁଳି ଫୁଟି ନା ଅନ୍ୟ କେଉଁ ଅନାଲୋଚିତ କାରଣ ପାଇଁ ମୃତ୍ୟୁ ଫାସରେ ପଡ଼ିଗଲେ ଥାନାଧିକାରୀ ଦେବ କୁମାର ଗମାଙ୍ଗ ଏଭଳି ପ୍ରଶ୍ନ ଉଙ୍କିମାରୁଛି।
ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ରରେ ବନଯାଗ ଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ। ନବକଳେବର ପଦ୍ଧତି ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ କ୍ଷୁଣ୍ଣ କରୁଛି। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲେ ଦଇତାପତି।
ନଦୀର ଦୁଇ ପାର୍ଶ୍ୱରେ କିଛି ଅଂଶ ପୋଲ କାମ ସରିଥିବା ବେଳେ,ମଝି ଅଂଶ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି । ପୋଲ ର୍ନିମାଣ କରୁଥିବା ଠିକା ସଂସ୍ଥା କାମ ଅସମ୍ପୁର୍ଣ୍ଣ ରଖି ପଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ
ପାରିବାରିକ ସ୍ଥିତି ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା । କେବଳ ଓ୍ୱାର୍କ ପ୍ରେସର ଅଧିକ ଥିଲା, ନିର୍ବାଚନ ପରେ ଛୁଟିରେ ଆସିବେ କହୁଥିଲେ ।
ନବୀନ ନିବାସ ଠାରେ ଦୁଇ ଓଡିଆ ଅନ୍ତର୍ଜାତୀୟ କ୍ରୀଡା ତାରକା ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ସହିତ ସମ୍ବର୍ଦ୍ଧିତ କରିଛନ୍ତି ।
ଆଳିର ଆଠକଣିଆ ଛକରେ ଏକ ପିକଅପଗାଡ଼ିରେ ବେଆଇନ ଗୋଚାଲାଣ ହେଉଥିଲା।
ବରଗଡ ଜିଲ୍ଲା ବରପାଲିର ରିପୁନାଥ ସେଠ କଂଗେସରୁ ରାଜନୀତି ଆରମ୍ଭ କରିଥିଲେ । ୧୯୯୨ରେ ବରପାଲି ଏନଏସି ଚେୟାରମ୍ୟାନ୍ ଓ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ ।
ଅଢେଇ ଘଣ୍ଟାର ତନାଘନା ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ।
ସରକାରୀ ଅର୍ଥ ହଡ଼ପ ଅଭିଯୋଗରୁ ଦୁଇ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ । ସୁବାସ ଘିସିଂ ଗିରି ନାମକ ଜଣେ ଯୁବକକୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି ।
ଦୁବାଇ ଠାରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ପ୍ରତିଯୋଗିତାରେ ୩ଟି ମେଡାଲ ହାସଲ କରିଛନ୍ତି ଜୟନ୍ତୀ।
ହାଇରିଜୋଲ୍ୟୁସନ୍ କ୍ୟାମେରାରେ ଘଟଣାସ୍ଥଳର ଥ୍ରୀଡି ଫୁଟେଜ୍ ନିଆଯାଇ ଫୋରେନସିକ୍ ଯାଞ୍ଚ୍ କରାଯାଉଛି।
ବକ୍ସ ଅଫିସ୍ରେ ଧମାଲ କରୁଛି ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’। ଭୁବନେଶ୍ୱରରେ ମଧ୍ୟ ‘RRR’ର କ୍ରେଜ୍ ରହିଛି। ଫ୍ୟାନ୍ସଙ୍କ ବଢ଼ୁଥିବା ଡିମାଣ୍ଡକୁ ଦୃଷ୍ଟିରେ ରଖି ଏବେ ଭୋର୍ ୫ଟାରୁ ଶୋ’ ଆରମ୍ଭ ହୋଇଛି।
ଏଠି ସରକାରୀ କଳ, ଅର୍ଥ ବଳ ଓ ବାହୁ ବଳ କାମ ଦେଇନି।
ପୁରୀର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ହତ୍ୟା କରିବା ପରେ କେଉଁ ବାଟ ଦେଇ ଗଲେ ଓ କାହା ସହ ଗଲେ ତାହା ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲେ ଅଭିଯୁକ୍ତ।
ତାତିରେ ବ୍ରେକ୍ ଲଗାଇବ ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
୨ଟି ଶିଶୁଙ୍କ ଗୋଟିଏ ଶରୀର। ବେକରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ସମ୍ବଲପୁରରେ ଏଭଳି ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଜଣେ ମହିଳା ଶନିବାର ଏକ ଯୋଡ଼ା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି।
ଅବ୍ୟବସ୍ଥା ଭିତରେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ କରାଯାଇଥିବା ଉଠାଜଳସେଚନ ପ୍ରକଳ୍ପ । ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ କୋଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ଉଠାଜଳସେଚନ ପ୍ରକଳ୍ପ ।
ସପ୍ତାହକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୧୫ ପଇସା ବଢିଲାଣି
ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍ମାର୍ କରିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।