Advertisment

ସେଇ ନିରଞ୍ଜନ ବୁଢ଼ା ନାଟର ଗୋବର୍ଦ୍ଧନ : ଶର୍ମିଷ୍ଠାଙ୍କ ମାଆ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଧିରେ ଧିରେ ଫିଟୁଛି ଗୁମର । ଘଟଣାକୁ ନେଇ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିବାବେଳେ ଶର୍ମିଷ୍ଠାଙ୍କ ମାଆ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Cameraman Manas Swain Murder Case | Reaction Of Sharmistha’s Mother

Cameraman Manas Swain Murder Case | Reaction Of Sharmistha’s Mother

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଧିରେ ଧିରେ ଫିଟୁଛି ଗୁମର । ଘଟଣାକୁ ନେଇ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିବାବେଳେ ଶର୍ମିଷ୍ଠାଙ୍କ ମାଆ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

Advertisment

ଶର୍ମିଷ୍ଠାଙ୍କ ମାଆ କହିଛନ୍ତି ଯେ, ‘ମୋ ପୁଅ ଛୋଟ । ଏହି ବିଷୟରେ ତାର ଅଭିଜ୍ଞତା ନାହିଁ । ଯଦିଓ ଶର୍ମିଷ୍ଟା ଦୋଷୀ ସାବ୍ୟସ୍ତ ହୁଏ ତେବେ ତାହାକୁ ଦଣ୍ଡାଦେଶ ଦିଆଯାଉ । ଯାହାର ଭୁଲ୍‌ ତାକୁ ଉପଯୁକ୍ତ ଦଣ୍ଡ ଦିଆଯାଉ । ନିରଞ୍ଜନ ବୁଢ଼ା କହିବାରୁ ମୋ ପୁଅ ପଇସା ଦେଇଛି । ମୋ ପୁଅର କିଛି ଦୋଷ ନାହିଁ ମୋ ପୁଅ ନିର୍ଦ୍ଦୋଷ । ମୋ ପୁଅ କିଛି କରିନାହିଁ ନିରଞ୍ଜନ ବୁଢ଼ା କହିବାରୁ ମୋ ପୁଅ ପଇସା ଦେଇଛି’ ।

ଅନ୍ୟପକ୍ଷେ, କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ନିଜ ମୃତ୍ୟୁ ପୂର୍ବରୁ ଶେଷ ଚିଠି ଲେଖିଥିଲେ । ଯେଉଁ ଚିଠିକୁ ଦୟାଲ ଆଶ୍ରମର କେୟାରଟେକର ପାଇଥିବା କହିଛନ୍ତି। କେୟାରଟେକର ଜନୈକା ମହିଳାଙ୍କ ସୂଚନା ଦେଇଛନ୍ତି ଯେ ଆଶ୍ରମର ଉକ୍ତ ଘରଟିକୁ ଝାଡୁ କଲା ବେଳେ ଖଟ ତଳୁ ଏକ ଚିଠି ପାଇଲି। ପଲିଥିନରେ ଗୁଡ଼ା ହୋଇଥିବା ଚିଠିରେ ବହୁତ କଥା ଲେଖା ହୋଇଥିଲା। ସେମାନେ ତାକୁ ଉଠାଇ ଆଣି ପିଟିଥିବା ଚିଠିରେ ମାନସ ଲେଖିଥିଲେ।

Advertisment

କେବଳ ଏତିକି ନୁହେଁ କ୍ୟାମେରା, ମୋବାଇଲ, ପାସ୍‌ବୁକ୍‌ ଛଡ଼ାଇ ନେଇଥିବା ମାନସ ଚିଠିରେ ଲେଖିଥିଲେ। ମାନସ ଚିଠିରେ ଆହୁରି ଲେଖିଥିଲେ- ମୁଁ ଯଦି ମରିଯାଏ ତାହାହେଲେ ମୋ ଶବ ଏ ପାପୀମାନଙ୍କୁ ଦେବେ ନାହିଁ। ମୋ ଶବକୁ ଏ ପାପୀମାନଙ୍କୁ ନଦେଇ ଗାଁକୁ ପଠାଇବେ। ଏହାସହ ଚିଠି ଶେଷରେ ମାନସ ନିଜ ନାଁ ଓ ଫୋନ୍ ନମ୍ବର ଲେଖିଥିଲେ ବୋଲି କେୟାରଟେକର କହିଛନ୍ତି।

Cameraman Manas Swain Murder Case Sharmistha’s Mother
Advertisment
Advertisment