• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଶ୍ରୀଲିଙ୍ଗରାଜ ମନ୍ଦିରରେ ଠେଲାପେଲା । ମହାଶିବରାତ୍ରୀ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ହୋଇଛି । ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ନିକଟରେ ଠେଲାପେଲା ପରିସ୍ଥିତି ଦେଖାଯାଇଛି । ଏଥିରେ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି । ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସେମାନଙ୍କ ଆଶୁ ଚିକିତ୍ସା କରାଯାଇଛି । ଏବେ ଉଭୟ ସୁସ୍ଥ ଥିବା ସୂଚନା ମିଳୁଛି । ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଛି ।

ଅଧିକ ପଢ଼ନ୍ତୁ : ଆଜି ମହାଶିବରାତ୍ରୀ; ସକାଳୁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ''ଆଶାଠାରୁ ଅଧିକ ଭକ୍ତ ଯୋଗୁଁ ଭିଡ଼ ନିୟନ୍ତ୍ରଣ ହୋଇପାରିଲାନି । ଗୋଟିଏ ଦ୍ୱାରରେ ଲୋକମାନେ ଯିବାଆସିବା କରିବା ଦ୍ୱାରା ଭିଡ ଅସମ୍ଭାଳ ହୋଇପଡ଼ିଲା । ହେଲେ ଏବେ ସ୍ଥିତି ସୁଧୁରୁଛି । ପୋଲିସ ଫୋର୍ସ ଲାଗିଛନ୍ତି । ରାତି ସମୟ ଆମ ପାଇଁ ଅଧିକ ଚାଲେଞ୍ଜ ହେବ । ଆମେ ପ୍ରସ୍ତୁତ ହେଉଛୁ । ଧିରେ ଧିରେ ସ୍ଥିତି ନିୟନ୍ତ୍ରଣ ହେବ ।'' ରାତି ୩ଟାରୁ ଏବେସୁଦ୍ଧା ପ୍ରାୟ ୫୦ ହଜାର ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ସାରିଥିବା ଡିସିପି ସୂଚନା ଦେଇଛନ୍ତି । 

ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ଶ୍ରୀଲିଙ୍ଗରାଜ ମନ୍ଦିରରେ ଆକଳନଠୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଛି । ଅଧିକ ଭକ୍ତଙ୍କ ସମାଗମ ଯୋଗୁଁ ଭିଡ଼ ନିୟନ୍ତ୍ରଣ ସାମାନ୍ୟ କଷ୍ଟ ହୋଇଛି । ୧୧ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ପରେ ଭିଡ଼ ବ୍ୟବସ୍ଥିତ ହୋଇଯିବ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ଅଧିକାରୀମାନେ ସବୁ ପ୍ରବେଶ ଦ୍ବାରରେ ମୁତୟନ ହୋଇଛନ୍ତି । ଏନେଇ ବ୍ୟସ୍ତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।


ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ପୀଠ । ବଡି ଭୋର୍‌ରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ରାତି ୧୦ଟାରେ ଏକାମ୍ର ଅଧୀଶ୍ୱର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ । ମହାଦୀପ ଦର୍ଶନ କରି ନିଜର ବ୍ରତ ଭାଙ୍ଗିବେ ବ୍ରତଧାରୀ । ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତଥାପି ସକାଳେ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁ ସମାଗମ ଯୋଗୁଁ ଭିଡ ଅସମ୍ଭାଳ ହୋଇଯାଇଛି ।
 

ଅଧିକ ପଢ଼ନ୍ତୁ :  ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ

OTV is now on Whatsapp

Join and get latest news update delivered to you via whatsapp

Join Now