Advertisment

ଆଜି ଆସିବ ପୌର ନିର୍ବାଚନର ଫଳାଫଳ, କାହା ମୁଣ୍ଡରେ ସୁନା କଳସ ?

ପୌର ନିର୍ବାଚନର ଆଜି ଆସିବ ଫଳାଫଳ। ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।

author-image
Rajalaxmi Sahoo
Odisha Urban Polls

Odisha Urban Polls

ପୌର ନିର୍ବାଚନର ଆଜି ଆସିବ ଫଳାଫଳ। ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଭୁବନେଶ୍ୱର ମହାନଗର ନିଗମ ଏଥର ଦେଖିବ ପ୍ରଥମ ମହିଳା ମେୟର। କିଏ ପିନ୍ଧିବ ଭୁବନେଶ୍ୱର ମେୟର ମୁକୁଟ, ତା ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଅନ୍ୟପକ୍ଷେ, ଭୋଟ୍‌ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଲାଗିଛି। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଧ୍ୟରାତ୍ରିରୁ ଜିଲ୍ଲା ପ୍ରଶାସନ ଏହି କଟକଣା ଲଗାଇଛି। ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। କଟକଣା ଲାଗୁ କରାଯାଇ ଥିବାରୁ ସମସ୍ତ ବ୍ୟକ୍ତିଗତ ଓ ବେସରକାରୀ ଚାରିଚକିଆ ଯାନର ଚଳାଚଳ ଭଦ୍ରକ ପୌରାଞ୍ଚଳ ମଧ୍ୟରେ ନିଷିଦ୍ଧ କରାଯାଇଛି। 

Municipal Election 2022 Odisha Municipal Elections Odisha Urban Polls
Advertisment
Advertisment