• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପରୀକ୍ଷା ପରେ କାଲି ଆସୁଛି ପୌର ରାୟ । ୩ ମହାନଗର ନିଗମ, ୧୦୫ ପୌର ପରିଷଦ ଓ ଏନ୍ଏସି ପାଇଁ ସଂପୃକ୍ତ ପୌରାଞ୍ଚଳରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ଧାମନଗର ଏନ୍ଏସିରେ ଗଣତି ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । 

ଭୋଟ୍‌ରେ ଜନତାଙ୍କ ଫୈସଲା ପରେ କାଲି ଖୋଲିବ ଇଭିଏମ୍‌ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ । ତା ପୂର୍ବରୁ ଗଲା ରାତିଠୁ ସବୁ ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷାକର୍ମୀ ଜଗିଛନ୍ତି, କାଳେ ଏପଟ ସେପଟ ହେବ ସେ ଆଶଙ୍କାରେ ସିସିଟିଭି କି ଚାହିଁ ନେତା ବି ଜଗିଛନ୍ତି । ୩ ମହାନଗର ନିଗମ ଓ ମୋଟ୍ ୧୦୬ଟି ପୌରାଞ୍ଚଳରୁ କେବଳ ଧାମନଗର ଏନ୍ଏସିକୁ ଛାଡ଼ି ବାକି ସବୁଠି ଭୋଟ୍ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହୋଇଯିବ କାଉଣ୍ଟିଂ । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ତା ପରେ ଇଭିଏମ୍ ଭୋଟ୍ ଗଣତି ହେବ ।

୩ଟି ମହାନଗରରେ କର୍ପୋରେଟର ଓ ମେୟରଙ୍କ ପାଇଁ ୧୨ଟି ଲେଖାଏଁ ଟେବୁଲ ରହିବ । ସେହପରି ମ୍ୟୁନିସିପାଲିଟିରେ କାଉନ୍‌ସିଲର ଓ ଅଧ୍ୟକ୍ଷଙ୍କ ପାଇଁ ୫ଟି ଲେଖାଏଁ ଏବଂ ଅନୁରୂପ ଭାବେ ଏନ୍ଏସିରେ ୨ଟି ଲେଖାଏଁ ଟେବୁଲ୍ ରହିବ । ପ୍ରତି ଟେବୁଲ୍‌ରେ ଜଣେ ସୁପରଭାଇଜର ଓ ୨ ସହଯୋଗୀ ରହିବେ । ଓ୍ୱାଡର୍ଓାରୀ ଅର୍ଥାତ୍ ଗୋଟିଏ ଓ୍ୱାର୍ଡର ସବୁ ବୁଥ୍ ସରିବା ପରେ ରେଜଲ୍ଟ ଘୋଷଣା ହେବ ।

ଏପଟେ କାହା ଦଖଲରେ ରହିବ କେତେ ପୌର ପରିଷଦ ? ତାକୁ ନେଇ ଗଣତି ଆଗରୁ ଆରମ୍ଭ ହୋଇଗଲାଣି ରାଜନୈତିକ ଦଳଙ୍କ ଦାବିର ବର୍ଷା । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦାବି, ପୌରାଞ୍ଚଳର ଭୋଟର ସଚେତନ, ତେଣୁ ଦଳ ୩୦ରୁ ୩୫ ପୌର ପରିଷଦ ଦଖଲ କରିବ । ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ କରିଛନ୍ତି କଂଗ୍ରେସ ୧୭ଟି ପୌର ପରିଷଦ ଦଖଲ ସହ ଦ୍ୱିତୀୟ ଓ ବିଜେପି ତୃତୀୟ ସ୍ଥାନରେ ରହିବ । ତେବେ ବିଜେଡି ବିଧାୟକ ରାଜକିଶୋର ଦାସଙ୍କ ଦାବି, ପଞ୍ଚାୟତ ଭଳି ପୌର ଫଳାଫଳ ହେବ । ୯୫ ପ୍ରତିଶତ ଆସନ ବିଜେଡି ଖାତାକୁ ଯିବ ।