• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଣାର୍କ ହେବ ଆଇକନିକ୍‌ ଡେଷ୍ଟିନେସନ୍‌ । ଦେଶରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବ କୋଣାର୍କ ମନ୍ଦିର । କୋଣାର୍କକୁ ଆଇକନିକ୍‌ ଡେଷ୍ଟିନେସନରେ ପରିଣତ କରାଯିବ । ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ଅନେକ ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି କାମ କରାଯିବ ବୋଲି କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ।

ଅନ୍ୟପଟେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ପ୍ରସଙ୍ଗରେ ଜି. କିଶନ ରେଡ୍ଡୀ କହିଛନ୍ତି, ପାଇକ ବିଦ୍ରୋହକୁ ରେକର୍ଡରୁ ବାହାର କରି ପାଇକ ସ୍ୱତନ୍ତ୍ର ସେନାନୀ ବୋଲି କହିବାର ଆବଶ୍ୟକତା ରହିଛି । ସେହିପରି ହେରିଟେଜ୍ ପ୍ରକଳ୍ପ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ ପକ୍ଷରୁ ସଂସଦରେ ଖୁବ୍ ଶୀଘ୍ର ଏକ ନୂଆ ଆଇନ ଅଣାଯିବ । ଆଇନରେ କିଛି ସରଳୀକରଣ ହେବା ସହ ଏହାର ସମାଧାନ ହେବ ।