Advertisment

Mahabharat Katha: ଦ୍ରୌପଦୀ ଭୀମଙ୍କ ପୁଅଙ୍କୁ ଦେଇଥିଲେ ମୃତ୍ୟୁ ଅଭିଶାପ; କାହିଁକି ଜାଣନ୍ତୁ

ଦ୍ରୌପଦୀଙ୍କ ପୁଅ ପରି ଥିଲେ ଘଟୋତ୍କଚ। ସେ ଭୀମ-ହିଡିମ୍ବାଙ୍କର ପୁଅ ଥିଲେ। ପାଞ୍ଚ ପାଣ୍ଡବଙ୍କ ମଧ୍ୟରେ ଭୀମ ଦ୍ରୌପଦୀଙ୍କ ଅଧିକ ଯତ୍ନ ନେଉଥିଲେ। ତେବେ ସେ କାହିଁକି ତାଙ୍କ ସ୍ୱାମୀଙ୍କ ପୁଅ ଉପରେ ଏତେ ରାଗିଗଲେ ଯେ ଆଉ ମୃତ୍ୟୁ ଅଭିଶାପ ଦେଇଦେଲେ?

author-image
Pramod Behera
ଅଦ୍ୟତନ ହୋଇଛି
Ghatotkach was like son of draupadi then why she give him curse of death

Ghatotkach was like son of draupadi then why she give him curse of death

ମହାଭାରତର ଘଟୋତ୍କଚ ଦ୍ରୌପଦୀଙ୍କ ପୁଅ ପରି ଥିଲେ। ସେ ତାଙ୍କର ସାବତ ପୁଅ ଥିଲେ। ସେ ଭୀମ-ହିଡିମ୍ବାଙ୍କର ପୁଅ ଥିଲେ। ପାଞ୍ଚ ପାଣ୍ଡବଙ୍କ ମଧ୍ୟରେ ଭୀମ ଦ୍ରୌପଦୀଙ୍କ ଅଧିକ ଯତ୍ନ ନେଉଥିଲେ। ସେ ତାଙ୍କ ପାଇଁ ଆକାଶରୁ ତାରା ନେଇଆସିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। ତେବେ ସେ କାହିଁକି ତାଙ୍କ ସ୍ୱାମୀଙ୍କ ପୁଅ ଉପରେ ଏତେ ରାଗିଗଲେ ଯେ ଆଉ ମୃତ୍ୟୁ ଅଭିଶାପ ଦେଇଦେଲେ?

Advertisment

ଭୀମ ଏବଂ ହିଡିମ୍ବାଙ୍କ ଏକମାତ୍ର ପୁଅ ଘଟୋତ୍କଚଙ୍କୁ ଦ୍ରୌପଦୀ ଶୀଘ୍ର ମୃତ୍ୟୁ ହେବାର ଅଭିଶାପ ଦେଇଥିଲେ। ଅଭିଶାପରେ ସେ କହିଥିଲେ ଯେ ଘଟୋତ୍କଚର କେବଳ ଶୀଘ୍ର ମୃତ୍ୟୁ ହେବ ନାହିଁ ବରଂ ଯୁଦ୍ଧ ବିନା ମରିଯିବ। ଜଣେ ବୀର ପୁରୁଷଙ୍କ ପାଇଁ ଏହାଠାରୁ ବା ବଡ଼ ଅଭିଶାପ ଆଉ କ’ଣ ହୋଇପାରେ, ଯଦି ତାଙ୍କୁ କୁହାଯାଏ ଯେ ତାଙ୍କର ବିନା ଯୁଦ୍ଧରେ ମୃତ୍ୟୁ ହେବ। ଅବଶ୍ୟ ପରେ ଯେତେବେଳେ ଘଟୋତ୍କଚଙ୍କର ମୃତ୍ୟୁ ହେଲା, ଦ୍ରୌପଦୀ ଅତ୍ୟନ୍ତ ଦୁଃଖିତ ହେଲେ। 

ଅଧିକ ପଢ଼ନ୍ତୁ: ମୟଙ୍କ ମାୟା ନଗରୀ ଓ ସେଥିରେ ଅପଦସ୍ଥ ଜଣେ ରାଜକୁମାରର କଥା 

ସମ୍ପର୍କରେ ତିକ୍ତତା:

ଭୀମଙ୍କ ପତ୍ନୀ ହିଡିମ୍ବା ଏବଂ ଦ୍ରୌପଦୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ହିଡିମ୍ବା ଦ୍ରୌପଦୀଙ୍କୁ ପସନ୍ଦ କରୁ ନ ଥିଲେ। ତେବେ ଯେତେବେଳେ ଭୀମଙ୍କ ପୁଅ ପ୍ରଥମ ଥର ପାଇଁ ବାପାଙ୍କୁ ଭେଟିବା ପାଇଁ ହସ୍ତିନାପୁରକୁ ଆସିଥିଲେ, ସେତେବେଳେ ମା’ ହିଡିମ୍ବା ତାଙ୍କୁ କହିଥିଲେ ଯେ ସେ ଦ୍ରୌପଦୀଙ୍କୁ ଅଣଦେଖା କରିବେ ଏବଂ ସମ୍ମାନ କରିବେ ନାହିଁ।

Advertisment

ଦ୍ରୌପଦୀଙ୍କ କ୍ରୋଧ:

ମାଆଙ୍କର କଥା ଅନୁସାରେ ଘଟୋତ୍କଚ ପ୍ରଥମେ ଦ୍ରୋପଦୀଙ୍କୁ ଅଣଦେଖା କରିଥିଲେ ଏବଂ ପରେ ତାଙ୍କୁ ରାଜସଭାରେ ଅପମାନିତ ମଧ୍ୟ କରିଥିଲେ। ଏହା ଦ୍ୱାରା ଦ୍ରୌପଦୀ ଗଭୀର ଆଘାତ ପାଇଥିଲେ। ତାଙ୍କ କ୍ରୋଧର କୌଣସି ସୀମା ରହି ନ ଥିଲା। ସେ ଘଟୋତ୍କଚଙ୍କୁ କଠୋର ଅଭିଶାପ ଦେଇଥିଲେ ଯେ ତାଙ୍କ ଜୀବନ କମ ହେବ ଏବଂ ତାଙ୍କୁ ବିନା ଯୁଦ୍ଧରେ ହତ୍ୟା କରାଯିବ।

ଅଭିଶାପର ପ୍ରଭାବ:

ପରେ ଏହି ଅଭିଶାପ ଫଳବତୀ ହେଲା। ମହାଭାରତ ଯୁଦ୍ଧରେ କର୍ଣ୍ଣଙ୍କ ଦ୍ୱାରା ମରାଯାଇଥିବା ଇନ୍ଦ୍ରଙ୍କ ଅମୋଘ ଅସ୍ତ୍ରରେ ଘଟୋତ୍କଚଙ୍କ ବଧ ହୋଇଥିଲା। କର୍ଣ୍ଣ କିନ୍ତୁ ପ୍ରକୃତରେ ଏହି ଅସ୍ତ୍ରକୁ ଅର୍ଜୁନଙ୍କ ହତ୍ୟା ପାଇଁ ରଖିଥିଲେ। ଏହିପରି ଭାବେ ଦ୍ରୌପଦୀଙ୍କ ଅଭିଶାପ ଘଟୋତ୍କଚଙ୍କ ମୃତ୍ୟୁରେ ପରିଣତ ହେଲା।

ଅଧିକ ପଢ଼ନ୍ତୁ: କୃଷ୍ଣ ଓ ଭୀଷ୍ମଙ୍କୁ ଅପମାନ ଓ ଜଣେ ଉଦ୍ଧତ ରାଜାର ମୃତ୍ୟୁ ପ୍ରସଙ୍ଗ

ଘଟୋତ୍କଚଙ୍କ ଶକ୍ତି:

ଘଟୋତ୍କଚ ତାଙ୍କର ବିଶାଳ ଶକ୍ତି ପାଇଁ ଜଣାଶୁଣା। ତାଙ୍କ ପାଖରେ ଅନନ୍ୟ ଶକ୍ତି ଥିଲା, ଯାହା ତାଙ୍କୁ ଯୁଦ୍ଧକ୍ଷେତ୍ରରେ ଜଣେ ପ୍ରଭାବଶାଳୀ ଯୋଦ୍ଧା କରିପାରିଥିଲା।​ ସେ ତାଙ୍କର ଆକାର ବୃଦ୍ଧି କରିପାରନ୍ତି। କୌରବ ସେନାରେ ଆତଙ୍କ ସୃଷ୍ଟି କରିବାର ସାମର୍ଥ୍ୟ ତାଙ୍କ ପାଖରେ ଥିଲା।

ମହାଭାରତ ଯୁଦ୍ଧରେ ଯେତେବେଳେ କୌରବ ସେନା ପାଣ୍ଡବଙ୍କ ଉପରେ ଭାରୀ ପଡୁଥିଲେ ସେତେବେଳେ ଭୀମ ଘଟୋତ୍କଚଙ୍କୁ ଯୁଦ୍ଧକୁ ଡାକିଥିଲେ। ନିଜ ଶକ୍ତି ବ୍ୟବହାର କରି ଘଟୋତ୍କଚ କୌରବ ସେନାର ସାଙ୍ଘାତିକ ପରିସ୍ଥିତି କରିଦେଇଥିଲେ। ତାଙ୍କର ଗୋଟିଏ ପାଦରେ ହଜାର ହଜାର ସୈନିକଙ୍କ ମୃତ୍ୟୁ ହେଉଥିଲା।

କର୍ଣ୍ଣଙ୍କ ଦିବ୍ୟାସ୍ତ୍ରରେ ମୃତ୍ୟୁ:

ଘଟୋତ୍କଚ ଏଭଳି ଭୟଙ୍କର କାଣ୍ଡ ଦେଖି ତାଙ୍କୁ ହତ୍ୟା କରିବା ନେଇ ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ପଠାଇଲେ। କର୍ଣ୍ଣ ତାଙ୍କର ଦିବ୍ୟ ଅସ୍ତ୍ର “ଶକ୍ତି” ବ୍ୟବହାର କରିଥିଲେ, ଯାହାକୁ କେବଳ ଥରେ ବ୍ୟବହାର କରାଯାଇପାରିବ। ଏହା ମାଧ୍ୟମରେ ସେ ଘଟୋତ୍କଚଙ୍କୁ ହତ୍ୟା କରିଥିଲେ। ଏହି ଅସ୍ତ୍ର କିନ୍ତୁ ସେ ଅର୍ଜୁନଙ୍କୁ ହତ୍ୟା କରିବା ନେଇ ରଖିଥିଲେ।

ଘଟୋତ୍କଚଙ୍କ ମୃତ୍ୟୁରେ ଶ୍ରୀକୃଷ୍ଣଙ୍କ ଖୁସି:

ଘଟୋତ୍କଚଙ୍କ ମୃତ୍ୟୁରେ ସମସ୍ତ ପାଣ୍ଡବ ଦୁଃଖ ପ୍ରକାଶ କରୁଥୁବା ବେଳେ ଶ୍ରୀକୃଷ୍ଣ କିନ୍ତୁ ଖୁସି ହେଉଥିଲେ। ସେ ଜାଣିଥିଲେ ଯେ ଯଦି ଘଟୋତ୍କଚ ଜୀବିତ ରହିଥାନ୍ତେ ତେବେ ଅର୍ଜୁନଙ୍କ ଜୀବନ ବିପଦରେ ପଡିଥାନ୍ତା। ଘଟୋତ୍କଚଙ୍କ ମୃତ୍ୟୁ ପରେ ଯୁଦ୍ଧର ଗତିପଥ ବଦଳିଗଲା। କର୍ଣ୍ଣ ଇନ୍ଦ୍ରଙ୍କ ଶକ୍ତି ହରାଇଲେ, ଯାହା ଅର୍ଜୁନଙ୍କୁ କର୍ଣ୍ଣଙ୍କ ସହ ଯୁଦ୍ଧ କରିବାରେ ସହଜ କରିଥିଲା।

ଦ୍ରୌପଦୀଙ୍କ ଅନୁତାପ:

ଯେତେବେଳେ ଘଟୋତ୍କଚଙ୍କର ମୃତ୍ୟୁ ହେଲା, ଦ୍ରୌପଦୀ ମଧ୍ୟ ଅତ୍ୟଧିକ ଅନୁତାପ କଲେ। ସେ ଅତ୍ୟନ୍ତ ଦୁଃଖିତ ହେଲେ ଯେ ତାଙ୍କ କ୍ରୋଧ ଜଣେ ସାହସୀ ଯୋଦ୍ଧାଙ୍କ ଜୀବନ ନେଇଗଲା।

ଅଧିକ ପଢ଼ନ୍ତୁ: ଉଆଁସୀ କନ୍ୟାକୁ ସାହାଡ଼ା ବର ଓ ବଂଶବୁଡ଼ା ଭଣଜାର କାହାଣୀ

Mahabharata Mahabharat Bheem Draupadi Mahabharat Story
Advertisment
Advertisment