• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ୟାମେରାମ୍ୟାନ୍ ମାନସ ଜାଣିଥିଲେ, ଲେଡ଼ି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତ ଆଣ୍ଡ କୋ’ଙ୍କ କବଳରୁ ଆଉ ବର୍ତ୍ତିବେନି । ଏକଥା ବି ଆଶଙ୍କା କରୁଥିଲେ, ମୃତ୍ୟୁର ଶିକାର ହେବା ସୁନିଶ୍ଚିତ । ତେଣୁ ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ଦୟାଲ୍ ଆଶ୍ରମରେ ମାନସ ଛାଡ଼ି ଦେଇଗଲେ ଭାବବିହ୍ୱଳ ଚିଠି । ଯାହାର ଖୁଲାସା କରିଛନ୍ତି ଆଶ୍ରମର ଜଣେ କେୟାର ଟେକର ।

ଅପରପକ୍ଷେ ପ୍ରଥମ ଥର ପାଇଁ ମୁହଁ ଖୋଲି ଝିଅ ଶର୍ମିଷ୍ଠା ଓ ପୁଅ ପରମେଶ୍ୱର ମଧ୍ୟରେ ଟଙ୍କା କାରବାରର ତଥ୍ୟ ଦେଇ ପରମେଶ୍ୱର ନିର୍ଦ୍ଦୋଶ ବୋଲି କହିଛନ୍ତି ଶର୍ମିଷ୍ଠାଙ୍କ ମା । ହେଲେ ଶର୍ମିଷ୍ଠା କେଉଁଠି ? ହତ୍ୟା ପଛର ରହସ୍ୟ କଣ ? ଏସବୁ ଦିଗକୁ ଧରି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ପୂର୍ବତନ OIS ଅଧିକାରୀ ନିରଂଜନ ସେଠୀଙ୍କ ଫିଟିଛି ଆଉ ଏକ ଗୁମର ।

ଗୋଟିଏ କି ଦୁଇଟି ନୁହଁ, ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ମାନସ ଲେଖିଛନ୍ତି ତିିନି ତିିନିଟି ଚିଠି । ଦୟାଲ ଆଶ୍ରମରୁ ମିଳିଥିବା ସବୁ ଚିଠିରେ ରହିଛି ପ୍ରାୟତଃ ସମାନ କଥା । ଦୟାଲ ଆଶ୍ରମର ଜଣେ ମହିଳା କେୟାରଟେକରଙ୍କ କହିବା କଥା, ସେ ଆଶ୍ରମର ଉପର ମହଲାରେ ଘର ଝାଡ଼ୁମାରିବା ବେଳେ ପାଇଥିଲେ ଏକ ହାତଲେଖା ଚିଠି । ଯେଉଁଥିରେ ଅପହରଣଠୁ ମରଣାନ୍ତକ ଆକ୍ରମଣ ଯାଏଁ ତଥ୍ୟ ଛାଡ଼ିଯାଇଛନ୍ତି ମାନସ ।

 

ଚିଠି ପଢ଼ିବା ପରେ ଯାହା ଜଣାପଡ଼ୁଛି, ମାନସ କହିଛନ୍ତି, ‘ମୋତେ ପ୍ରବଳ ମାଡ଼ ମାରିଛନ୍ତି । ମୋଠୁ କ୍ୟାମେରା, ମୋବାଇଲ୍, ପାସବୁକ୍ ଛଡ଼ାଇ ନେଇଛନ୍ତି । ମୁଁ ଯଦି ମରିଯାଏ, ତେବେ ମୋ ଶବ ଏ ପାପୀମାନଙ୍କୁ ଦେବ ନାହିଁ । ମୋ ଶବ ଗାଁକୁ ପଠାଇଦେବ । ଇତି ମାନସ ସ୍ୱାଇଁ ।

ବାସ୍ ଏଭଳି ଚିଠି ପଢ଼ିବା ପରେ ସଂପୃକ୍ତ କେୟାରଟେକର ସମ୍ପୂର୍ଣ୍ଣା ନ୍ୟୁଜ ମାଲିକାଣି ଶର୍ମିଷ୍ଠା ରାଉତଙ୍କୁ ଦେଇଥିଲେ ବୋଲି କହିଛନ୍ତି । ତାସହ ଆଶ୍ରମକୁ ବହୁତ ବଡ଼ବଡ଼ିଆ ଯାଆସ କରନ୍ତି ବୋଲି କହିଛନ୍ତି । ତେବେ ଚିଠି ଏବେ କେଉଁଠି, ତାହା ସ୍ପଷ୍ଟ ହୋଇପାରିନି ।

ଏପଟେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଶର୍ମିଷ୍ଠାଙ୍କ ମା । ତାସହ ଭଉଣୀ ଶର୍ମିଷ୍ଠାଙ୍କୁ ଭାଇ ପରମେଶ୍ୱର ପଠାଇଥିବା ୧୦ ହଜାର ଟଙ୍କା ସମ୍ପର୍କରେ ବୟାନ ରଖିଛନ୍ତି । ସେ କହିଛନ୍ତି, ‘ପୂର୍ବତନ OIS ନିରଂଜନ ସେଠୀଙ୍କ କଥାରେ ପଡ଼ି ପୁଅ ପରମେଶ୍ୱର ଶର୍ମିଷ୍ଠାକୁ ଟଙ୍କା ଦେଇଛି । ଶର୍ମିଷ୍ଠା ଟଙ୍କା ମାଗିନି । ଫୋନ୍ କରି ଭଉଣୀ ଅସୁବିଧାରେ ଥିବା କହି ଟଙ୍କା ପଠାଇବାକୁ ନିରଂଜନ କହିଥିଲେ । ମୋ ପୁଅ ନିର୍ଦ୍ଦୋଷ ।’ ଶର୍ମିଷ୍ଠା ଦୋଷୀ ସାବ୍ୟସ୍ତ ହେଲେ ତାକୁ ଯାହା ଦଣ୍ଡ ମିଳିବା କଥା ମିଳୁ ବୋଲି କହିଛନ୍ତି ଶର୍ମିଷ୍ଠାଙ୍କ ମା ।

ତେବେ ଶର୍ମିଷ୍ଠା କେଉଁଠି ? ଆଜି ଯାଏଁ ପତ୍ତା ପାଇନି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍ ଚାନ୍ଦବାଲି ପଳାସପୁର ଗାଁକୁ ଯାଇ ଖୋଳତାଡ଼ କରିଛି । ଯେଉଁ ବ୍ୟକ୍ତିଙ୍କ ଘରକୁ ମାନସ ବାହାଘର ସୁଟିଂ ପାଇଁ ଯାଇଥିଲେ, ସେଠାରେ କ୍ରାଇମବ୍ରାଞ୍ଚ ତନାଘନା କରିଛି । ତାସହ ୨ ପ୍ରତ୍ୟକ୍ଷଦର୍ଶୀଙ୍କୁ ଚାନ୍ଦବାଲି ଥାନାକୁ ଡାକି ତଥ୍ୟ ଆଦାୟ କରିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ବରଯାତ୍ରୀ ସହ ଏକ କାରରେ ଶର୍ମିଷ୍ଠାଙ୍କ ସହ ୫ ଜଣ ଆସିଥିଲେ । ରାତି ୧୧ରୁ ଭୋର ୫ଟା ଯାଏଁ ଗୋଟିଏ ଜାଗାରେ ଅଟକିଥିଲେ । ବାହାଘର ପରେ ୩ଜଣ ମାନସଙ୍କୁ ଘୋଷାରି ନେଇଥିଲେ । କାରରେ ପଶିବାକୁ ଅମଙ୍ଗ ହେବାରୁ ମାନସଙ୍କୁ ମାଡ଼ ମାରିଥିଲେ ଶର୍ମିଷ୍ଠା ।

ଅପରପକ୍ଷେ ଦୟାଲ ଆଶ୍ରମ ସହ ନିରଂଜନ ସେଠୀଙ୍କ ଲିଙ୍କ୍‌ର ନୂଅା ତଥ୍ୟ ଦେଇଛନ୍ତି ଦିଲ୍ଲୀପ ଖଟେଇ । ଦିଲ୍ଲୀପ ନିଜକୁ ଜଣେ ସମାଜସେବୀ ବୋଲି ପରିଚୟ ଦେବା ସହ ରେଜିଷ୍ଟରରେ ଦସ୍ତଖତ କରି ଆଶ୍ରମକୁ ଯାଆନ୍ତି ବୋଲି କହିଛନ୍ତି । ତାସହ କହିଛନ୍ତି, ଆଶ୍ରମକୁ ନିରଂଜନ ପ୍ରତି ଶନି ଓ ରବିବାର ଆସୁଥିଲେ । ଆଉ ଟଙ୍କା ଦେଇ ମଦ ଆଣିବାକୁ କହୁଥିଲେ ବୋଲି ଦିଲ୍ଲୀପ କହିଛନ୍ତି  ା