Advertisment

ପୋଲ ତଳୁ ମିଳିଥିବା ଖପୁରୀ ଓ ହାଡ଼ର ହେବ କେମିକାଲ ଟେଷ୍ଟ

କଙ୍କାଳ କେତେ ପୁରୁଣା ? କଙ୍କାଳ ପୁରୁଷ କି ମହିଳାଙ୍କର ? କଙ୍କାଳର ବୟସ କେତେ ? କଙ୍କାଳରେ ଲାଗିଥିବା ମାଟି କେଉଁ ସ୍ଥାନର ? ଏମ୍‌ସରେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

author-image
Satyendu Shekher Mishra
Human Skulls And Multiple Skeletons Found In Bhubaneswar

Human Skulls And Multiple Skeletons Found In Bhubaneswar

ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଇଂଜଣା ପୋଲ ତଳେ ଅଳିଆ ଆବର୍ଜନାରୁ କଙ୍କାଳ ମିଳିବା ଘଟଣା । ଉଦ୍ଧାର କଙ୍କାଳର ହେବ କେମିକାଲ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ବହୁ ପୁରୁଣା କଙ୍କାଳ ହୋଇ ଥବାରୁ ଏମ୍‌ସରେ ଯାଞ୍ଚ ପ୍ରକ୍ରିୟା କରାଯିବ । ଏସବୁ କଙ୍କାଳ କେତେ ପୁରୁଣା ? କଙ୍କାଳ ପୁରୁଷ କି ମହିଳାଙ୍କର ? କଙ୍କାଳର ବୟସ କେତେ ? କଙ୍କାଳରେ ଲାଗିଥିବା ମାଟି କେଉଁ ସ୍ଥାନର ? ଏମ୍‌ସରେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

Advertisment

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଏକ ପୋଲ ତଳେ ମଣିଷ ଖପୁରୀ ଓ ହାଡ଼ ପଡ଼ିଥିବା ଦେଖାଯାଇଥିଲା । ରାଜଧାନୀ ଉପକଣ୍ଠ କଳାରାହଙ୍ଗରେ ମିଳିଥିଲା ୧୪ରୁ ଅଧିକ ମଣିଷ ଖପୁରୀ, ମଣିଷ ହାତ, ଗୋଡ଼ ଓ ପଞ୍ଜରା ହାଡ଼ । ଅଳିଆ ଆବର୍ଜନା ଭିତରେ ସନ୍ଦେହ ଜନକ ଭାବେ ପଡିଥିବା ଏତେ ସଂଖ୍ୟକ ଖପୁରୀ ଓ ହାଡ଼କଙ୍କାଳ ଦେଖି ଲୋକେ ଆତଙ୍କିତ ହୋଇଥିଲେ । ଖବର ପାଇ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଏସବୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଇଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସରୁ ଟେଷ୍ଟ ରିପୋର୍ଟ ଆସିବା ପରେ ତଦନ୍ତ ଅଧିକ ଆଗେଇବ ବୋଲି କହିଥିଲା ପୋଲିସ୍ । 

ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଇଂଜଣା ପୋଲ ତଳେ ଅଳିଆ ଆବର୍ଜନା ଭିତରେ ଏଭଳି ୧୪ରୁ ଅଧିକ ମଣିଷ ଖପୁରୀ ଓ ଅସ୍ଥିକଙ୍କାଳ ଦେଖି ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା ଖବର । କେଉଁଠୁ ଓ କୁଆଡୁ ଆସିଲା ଏତେ ସଂଖ୍ୟକ ଅସ୍ଥି କଙ୍କାଳ ? କିଏ ଫିଙ୍ଗିଲା ଓ କାହିଁକି ଫିଙ୍ଗିଲା ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଲୋକଙ୍କୁ ଘାରୁଥିବା ବେଳେ ସନ୍ଦେହ ଓ ଆତଙ୍କ ବି ବଢ଼ିଥିଲା । କେହି ଗୁଣି ଗାରେଡ଼ି କିମ୍ବା ତନ୍ତ୍ର ସାଧନା ସାରିବା ପରେ ଏମିତି ରାତି ଅଧରେ ଫିଙ୍ଗି ଦେଇ ପଳାଇଥିବା ନେଇ ବଢ଼ିଛି ସନ୍ଦେହ । ଏଥିସହ ଏତେ ପରିମାଣର ନରମୁଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ବି ସୃଷ୍ଟି ହୋଇଛି ।

Advertisment

୧୪ ଖପୁରୀ ସାଙ୍ଗକୁ ମାଳ ମାଳ ମଣିଷ ହାଡ଼ ପଡିଥିବା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳକୁ ଛୁଟିଥିଲା କମିଶନରେଟ୍ ପୋଲିସ୍ ସହ ସାଇଣ୍ଟିଫିକ୍ ଟିମ୍ । ସବୁ ନର କଙ୍କାଳକୁ ଏକାଠି କରି ବାନ୍ଧିବୁନ୍ଧି ପରୀକ୍ଷା ପାଇଁ ଇଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ପଠାଇଥିଲା । କମିଶନରେଟ୍ ପୋଲିସର ସ୍ପେସାଲ ସ୍କ୍ୱାଡ୍‌ ମୁଖ୍ୟ ସଂଜୀବ ଶତପଥୀ କହିଥିଲେ ଅସ୍ଥି ଗୁଡ଼ିକର କେମିକାଲ୍ ଏକଜାମିନେସନ ରିପୋର୍ଟ ଆସିବା ପରେ ସେହି ଆଧାରରେ ତଦନ୍ତ ଆଗେଇବ । ତେବେ ପ୍ରାଥମିକ ତଦନ୍ତରୁ ଏସବୁ ହାଡ଼କଙ୍କାଳ ପୁରୁଣା ବୋଲି ଅନୁମାନ କରାଯାଉଛି । ଯେହେତୁ ନିର୍ମାଣ କାମ ଚାଲିଛି, ତେଣୁ ମାଟି ତଳେ କେଉଁଠି ପୋତା ହୋଇ ରହିବା ପରେ ଏହା ମିଳିଥାଇ ପାରେ ବୋଲି ସେ କହିଥିଲେ । ତଥାପି କିଏ ଏଠାକୁ ଆଣିଲା ଓ କେଉଁ ଉଦ୍ଦେଶ୍ୟରେ ଫିଙ୍ଗିଲା ତାର ଅନୁସନ୍ଧାନ କରାଯିବ ବୋଲି ସେ କହିଥିଲେ ।

Skeleton Skulls
Advertisment
Advertisment