Advertisment

ପୌର ଭୋଟ୍‌ ପରେ ଏବେ ଗଣତି ପାଇଁ ଚାଲିଛି ପ୍ରସ୍ତୁତି

ସରିଛି ପୌର ଭୋଟ, ଆସନ୍ତାକାଲି ଗଣତି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Odisha Municipal Elections ।Tight Security Outside Strong Room In Bhubaneswar

Odisha Municipal Elections ।Tight Security Outside Strong Room In Bhubaneswar

ସରିଛି ପୌର ଭୋଟ, ଆସନ୍ତାକାଲି ଗଣତି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ସେପଟେ ନିର୍ବାଚନ ହୋଇଥିବା ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମରେ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ସକାଳ ୮ଟାରେ ଗଣତି ଆରମ୍ଭ ହେବାକୁ ଥିବାବେଳେ, ସ୍ୱତନ୍ତ୍ର ଟେବୁଲର ବ୍ୟବସ୍ଥା କରାଯାଇଛି ।

Advertisment

ସେହିପରି ବାଲେଶ୍ୱର ପୌରପାଳିକାର ସରକାରୀ ଆଇଟିଆଇରେ ଗଣତି ପାଇଁ ବ୍ୟବସ୍ଥା କରାଯିବ । ଅଧ୍ୟକ୍ଷ ପାଇଁ ୭ ଏବଂ କାଉନସିଲର ପାଇଁ ୭ଟି ଲେଖାଏଁ ଟେବୁଲ କରାଯାଇଛି । ସୋନପୁର ଜିଲ୍ଲା ବିନିକାରେ ମଧ୍ୟ ବିଜେପି କର୍ମୀ ଷ୍ଟ୍ରଙ୍ଗରୁମ ଜଗିଛନ୍ତି । ଯଦିଓ ସିସିଟିଭି ଓ କଡ଼ା ସୁରକ୍ଷା ମଧ୍ୟରେ ତଥାପି ପ୍ରଶାସନ ଉପରେ ଭରସା କରିପାରିନାହାନ୍ତି ବିଜେପି କର୍ମୀ । ବିନିକା ଏନଏସି ଆଗରେ ରାତିତମାମ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।

ଅନ୍ୟପକ୍ଷେ, ଗତକାଲି ପୌର ନିର୍ବାଚନ ମତଦାନ ହୋଇଥିଲା । ଯେଉଁଥିପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା । ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିଛନ୍ତି । ଗୋଟିଏପଟେ ମତଦାନ ଚାଲିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଘଟିଥିବାର ମଧ୍ୟ ଜଣାପଡିଛି ।

Advertisment
Odisha Odisha Municipal Elections
Advertisment
Advertisment