ଟାହିଟାପରା ବା ପରିହାସ ସହି ନପାରି ଉଭୟ ଆତ୍ମହତ୍ୟା କରିଥିଲେ । ପ୍ରଥମେ ୧୩ ତାରିଖରେ ସ୍ୱାମୀ ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଅସୁସ୍ଥ ଥିବା ପତ୍ନୀ ସୁମତୀ ପରିଡ଼ାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।
ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡ୍ର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଛି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ। ୫.୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଜମାରାଶି ବିନିଯୋଗ ପାଇଁ ଅଧିକାର ପାଇଛି ୟୁନିଅନ ବ୍ୟାଙ୍କ।
ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ, ୨ ବିଇଓଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୬୪ ଜଣ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି ।
ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା, ଜଗନ ଖଟେଇଙ୍କ ଡାକ୍ତରୀମାଇନା ପରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା ।
୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
କ୍ଷତିପୂରଣ ଦେବା ସହ ମେ ୨’ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦେବାକୁ କୁହାଯାଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ରିପୋର୍ଟ ଆଧାରରେ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ଏକ ମାମଲା ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ଅପରାହ୍ନ ୪ଟା ସୁଦ୍ଧା ଗାଡ଼ିରେ ସେମିତି ଲୋଡ୍ ହୋଇ ରହିଥିଲା ରଥ କାଠ । ଆଉ ଟ୍ରକଟି ଏବେ ବି ସେମିତି ବଡ଼ଦାଣ୍ଡରେ ଠିଆ ହୋଇ ରହିଛି ।
ସେ ୟୁକେଜିରେ ପଢ଼ନ୍ତି। ଯେଉଁ ବୟସରେ ଅକ୍ଷର ଚିହ୍ନିବା କଥା, ସେ ବୟସରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ। ନିଜ ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଜାଣନ୍ତୁ କିଏ ସେହି ବିସ୍ମୟ ପିଲା.
ଘଟଣାଟି ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଛି, ଏଣୁ ଗୋଟିଏ ଟିମ୍ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକରେ ତଦନ୍ତ କରିବ । ଅନ୍ୟ ଟିମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବାକୁ ମୁତୟନ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।
ଜନ୍ମରୁ ସେ ପୋଲିଓ ରୋଗରେ ଆକ୍ରାନ୍ତ। ଦିବ୍ୟାଙ୍ଗ ହୋଇଥିଲେ ବି ପାଠ ପଢ଼ିବାକୁ ଭାରି ମନ। ଶାରୀରିକ ଅକ୍ଷମତା କାରଣରୁ ସ୍କୁଲ ଯାଇ ପାରୁ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଗଣେଶ। ଏବେ ସରକାରଙ୍କୁ ଗୁହାରି କରିଛନ୍ତି ମୋତେ ଗୋଟେ ଟ୍ରାଇ ସାଇକେଲଟିଏ ଦିଅ। ମୁଁ ସ୍କୁଲ୍ ଯିବି, ଆଉ ପାଠ ପଢିବି
ଶର୍ମିଷ୍ଠାଙ୍କ କାର୍ରେ ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ ସହ ମୃତଦେହକୁ ବି ଏହି କାର୍ରେ ନୟାଗଡ଼ ନିଆଯାଇଥିଲା। ଏହାପରେ ମୃତଦେହ ନୟାଗଡ଼ରେ ପୋତି ଦିଆଯାଇଥିଲା।
ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ଖୋଲିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ସରକାରଙ୍କ ପକ୍ଷରୁ SOP ଜାରି କରାଯାଇଛି ।
ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ନର କଙ୍କାଳ ଓ ଖପୁରୀ ରାସ୍ତାକଡ଼ ଆବର୍ଜନା ଭିତରେ ପଡ଼ି ରହିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏହି ନରକଙ୍କାଳ ସବୁ ମିଳିଛି।
ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ସିଝା ମାଛ ଝୋଳ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
କୌଣସି ବ୍ୟକ୍ତି ଡବଲ ଭୋଟ୍ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଭୋଟ୍ ଦେଇଥିବା ପ୍ରମାଣ ମିଳିଲା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେସ୍ ଲୋଡ୍, ଡେଲି ପଜିଟିଭିଟି ହାର କମିବାରୁ ଏନେଇ କେନ୍ଦ୍ରର ନିଷ୍ପତ୍ତି । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି ।
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଶର୍ମିଷ୍ଠାଙ୍କ କାର୍ ମିଳିଛି।
ବ୍ୟାପକ ବୃକ୍ଷରୋପଣ ଜରିଆରେ ସବୁଜ ବଳୟ ସୃଷ୍ଟି କରି ସଚେତନତା ଲକ୍ଷରେ ପାଳନ କରାଯାଉଛି ବନ ଦିବସ କିନ୍ତୁ ନୀଳଗିରି ଅଭୟାରଣ୍ୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଙ୍ଗଲରୁ ମାଟି ଖୋଳି ବେଆଇନ ରାସ୍ତା କରିବା ପାଇଁ ମାଫିଆମାନେ କିଭଳି ଅବାଧରେ ଗଛ କାଟି ଚାଲିଛନ୍ତି, ତାହା ଜଳ ଜଳ ଦିଶୁଥିବା ସତ୍ୱେ ବନ ବିଭାଗର ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆସନ୍ତାକାଲି ପୌର ନିର୍ବାଚନ ଲାଗି ମତଦାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ୨ ଦିନ ଛୁଟି ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।
ବସ୍-ଟ୍ରକ୍ ଧକ୍କାରେ ୨୦ ଆହତ । ଭଦ୍ରକ ଭଣ୍ଡାରିପୋଖରୀ ନିକଟସ୍ଥ ୧୬ ନମ୍ୱର ଜାତୀୟ ରାଜପଥ ଥାନା ନିକଟରେ ବସ୍ଟି ଦୁର୍ଘଟଣାଗସ୍ତ ହୋଇଥିବାର ଜଣାପଡିଛି ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି। ଏଥିପାଇଁ ଅପରାହ୍ଣ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଟଙ୍କା ନିଅ, ଭୋଟ୍ ଦିଅ। ନ ହେଲେ ମାଡ଼ ଖାଅ। ପୌର ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଛି।
ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ଜୀବନରେ ସଂଘର୍ଷ ଯେତେ ଥାଉନା କାହିଁକି ଯଦି ଲକ୍ଷ୍ୟ ସ୍ଥିର ଥାଏ ତେବେ ସଫଳତା ନିଶ୍ଚିତ ମିଳିଥାଏ। ସେମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସୁଭଦ୍ରା। ନିଜ ବାହୁବଳରେ ସେ ପାଲଟିଯାଇଛନ୍ତି ସ୍ୱାମଲମ୍ବୀ ଆଉ ଏହି ସ୍ୱାବଲମ୍ବୀରୁ ପାର୍ଲର ଗର୍ଲ। ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ପିତଳ ଛକରେ ବଡ଼ ଧରଣର ହତ୍ୟାକାଣ୍ଡ କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।