• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

State lable Utkal Diwas by Odisha Story mirror
ଓଡ଼ିଶା ମିରର୍ ପକ୍ଷରୁ ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ

"ଓଡ଼ିଶା ମିରର୍" ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ "ଉତ୍କଳ ଦିବସ ସମାରୋହ-୨୦୨୨ ଏବଂ ଉତ୍କଳ ଉତ୍କର୍ଷ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ହୁସେନ ରବି ଗାନ୍ଧୀ ଯୋଗଦେଇ "ଓଡିଶାର ନବ ନିର୍ମାଣ ଓ ଓଡ଼ିଶା ଦିବସ" ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।

Road Safety
ଦୁର୍ଘଟଣା ରୋକିବାକୁ ପ୍ରଶିକ୍ଷଣ ଜରୁରୀ

ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତା ବଢ଼ାଇଥିବା ବେଳେ ଦୁର୍ଘଟଣା ହ୍ରାସ କରିବା ଜରୁରୀ ହୋଇ ପଡିଛି । ପରିବହନ ଓ ପୋଲିସ ବିଭାଗ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ, ପରିବହନ ବିଭାଗ ପ୍ରମୁଖ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗ ଦେଇଥିଲେ ।

Student Protest
ବାଣୀବିହାର କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ହୋ-ହଲ୍ଲା, ମୁଖ୍ୟଫାଟକ ବନ୍ଦ କରି ଦେଲେ ଧାରଣା

ଚଣ୍ଡିଖୋଲ ସ୍ଥିତ ଦ୍ୱିତୀୟ କ୍ୟାମ୍ପସରେ ଗଲା ୨ ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି । ଯାହାର ପରିଚାଳନା ଦାୟିତ୍ୱ ନେଇଛି ଶ୍ରୁଶୃତମ ଚାରିଟେବଲ୍ ଟ୍ରଷ୍ଟ ।

Aparajita Sarangi
ପୁଣି ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍‌, ପ୍ରମାଣ ସହ କହିଲେ ‘ASI କହିଛି କାମ ବନ୍ଦ କର’

ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି ।

Dharmendra Pradhan
ତେଜିଲାଣି ବିବାଦ ! ଶ୍ରୀମନ୍ଦିର ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

‘ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୂଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ।

Baijayant Panda
ଶ୍ରୀମନ୍ଦିର ରୋଷ ଘର ଚୂଲା ଭାଙ୍ଗିବା ଘଟଣା, କଳାପାହାଡ଼ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଜୟନ୍ତ

ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି ।

Robbers Surrendered Before Poilice
ଏନ୍‌କାଉଣ୍ଟର ଭୟରେ ଅପରାଧୀ ଛାନିଆ: ‘ଜେଲ୍‌ ପଠାଇ ଆମକୁ ବଞ୍ଚାଅ’

ଦ୍ୱିତୀୟ ଥର ପାଇଁ ଶାସନଭାର ଗ୍ରହଣ କରିବା ପରେ ଏବେ ଯୋଗୀ ସରକାରଙ୍କ ଟାର୍ଗେଟ୍‌ରେ ଅପରାଧୀ। ଅପରାଧୀଙ୍କୁ ଧରିବା ଲାଗି ପୋଲିସ୍‌ ପ୍ରଶାସନ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇ ଥିବାବେଳେ ଅପରାଧୀମାନେ ମଧ୍ୟ ଏନ୍‌କାଉଣ୍ଟର ଭୟରେ ପୋଲିସ୍‌ ନିକଟରେ ସରେଣ୍ଡର(ଆତ୍ମସମର୍ପଣ) କରୁଥିବା ସୂଚନା ମିଳିଛି।  

LOOT
ଓଡ଼ିଶାକୁ ବ୍ୟବସାୟ ପାଇଁ ଆସି ଲୁଟ୍‌ର ଶିକାର ହେଲେ ଆନ୍ଧ୍ର ବ୍ୟବସାୟୀ

ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା । ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା ।

Woman Punishes Mother-In-Law Over Property
ସମ୍ପତ୍ତି ଲୋଭରେ ଏତେ ତଳକୁ ଖସିଗଲେ ପୁଅ-ବୋହୂ, ମା’ ଉପରେ ଲଦି ଦେଲେ ଇଟା...

ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲି ଗଲେ ପୁଅ-ବୋହୂ। ଜନ୍ମ କଲା ମା’ ଉପରେ ଲଦି ଦେଲେ ଇଟା। ଅବଶ୍ୟ ଶରୀରର ବୋଝ ବୋହି ପାରୁନଥିବା ମା’ ବି କ’ଣ କରିପାରିବ? କେବଳ ହାତଯୋଡ଼ି ନେହୁରା ହୋଇ କାନ୍ଦିବା ଛଡ଼ା ଆଉ କିଛି ବାଟ ନଥିଲା।

 BJP leader Bijoy Mohapatra
ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ ବିଜେପିର କଡ଼ା ସମାଲୋଚନା : ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ କଟାକ୍ଷ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ : ବିଜୟ ମହାପାତ୍ର

Kotia Row
ଆନ୍ଧ୍ର ମ୍ୟାପ୍‌ରେ କୋଟିଆ: ନୂଆ ଚାଲ୍ ଖେଳିଲା ଆନ୍ଧ୍ରପ୍ରଦେଶ

କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍। ା ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି।

death
ପୂର୍ବ ଶତ୍ରୁତାରୁ ଶାଳୀକୁ ହାଣି ହତ୍ୟା କଲା ଭିଣୋଇ : ରେଢ଼ାଖୋଲ ଥାନା କାଣ୍ଡତଇଲା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ

ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ । ପୂର୍ବ ଶତ୍ରୁତା ପାଇଁ ଚାଲିଗଲା ଜୀବନ ।

Orissa High Court
ହାଇକୋର୍ଟ ଗଲା ଗାଙ୍ଗପୁର IIC ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ରୁଜୁ

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି

Accident In Bhubaneswar
ଭୟଙ୍କର ସିରିଜ୍‌ ଦୁର୍ଘଟଣା: ଜଣଙ୍କୁ ବଞ୍ଚାଇବାକୁ ଯାଇ କାର୍‌ ଉପରେ ମାଡ଼ିଗଲା ହାଇୱା

ଭୁବନେଶ୍ୱର ପଳାଶୁଣୀ ବସ୍‌ଷ୍ଟାଣ୍ଡ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାପାର୍‌ ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଜି ସକାଳେ ଏହି ସିରିଜ ଦୁର୍ଘଟଣା ଘଟିଛି।

nilagiri
କାଉନସିଲର ହେବା ପରେ ବି ବେଉସା ଛାଡି ନାହାଁନ୍ତି , ରାଜନୀତିକୁ ନିଶା ଓ କୌଳିକ ବୃତ୍ତିକୁ ପେଶା କରିଛନ୍ତି ପ୍ରତାପ

ଏମିତି ଜଣେ ଲୋକ ପ୍ରତିନିଧି, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ...

Allegation Against Headmaster
ପ୍ରଧାନଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ସକାଳୁ ସକାଳୁ ସ୍କୁଲ୍‌ ଛାଡ଼ିଲେ ଛାତ୍ରୀ

ସରକାରୀ ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ଏହାସହ ପ୍ରଧାନଶିକ୍ଷକ ଦୁର୍ବ୍ୟହାର କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଚାଲି ଚାଲି ଯାଇ ବିଡିଓଙ୍କ ଫେରାଦ ହେଲେ ଛାତ୍ରୀ। 

Crude Oil & Natural Gas
ଗୋପ ବ୍ଲକରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ : କ୍ଷେତ୍ର ପରିଦର୍ଶନ କରିଛନ୍ତି ଭୂତତ୍ତ୍ୱବିତ୍

ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା

Congress Leader Bapi Sarkhel
‘ବାପିଙ୍କ ମୁଣ୍ଡରେ ମଉସା ଠେଙ୍ଗା’

ଡେଙ୍ଗା ପାଇଁ ଠେଙ୍ଗା ବାଜେ, କାହା ଠେଙ୍ଗା...ମଉସାର ଠେଙ୍ଗା। 'ଖୋଲାକଥା'ରେ କଂଗ୍ରେସ ନେତା ବାପି ସର୍ଖେଲ ଏଭଳି କିଛି କହିଛନ୍ତି।

Vandalism Of Chulhas Inside Puri Jagannath Temple
ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣା; ୨୪ ଘଣ୍ଟା ପରେ ବି ମିଳିପାରିନି ଦୁର୍ବୃତ୍ତଙ୍କ ଟେର

ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ ।

Koraput police nab kingpin of fake job racket
ଚାକିରି ନାଁରେ ଲୁଟୁଥିଲେ ପୁଳା ପୁଳା ଟଙ୍କା, ଏବେ ହାଜତ ଭିତରେ...

ବଡ଼ କଂପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ । କୋରାପୁଟରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।

BJP MLAs Delhi Visit
ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା, ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ସେମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। 

Body of man found in Berhampur
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ୟାରେଜରୁ ମିଳିଲା ମୃତଦେହ

ଦେଶୀ ପିସ୍ତଲରେ ନିଜକୁ ଗୁଳି କରି ଗ୍ୟାରେଜ ଦୋକାନୀଙ୍କ ଆତ୍ମହତ୍ୟା। କୌଣସି କାରଣକୁ ନେଇ ଗତକାଲି ସକାଳେ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା।

Weather Update
୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 04 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 04 April 2022
Chula Broken Special Story
ବଡ଼ଠାକୁରଙ୍କ ଶ୍ରୀମନ୍ଦିରରେ ସାଂଘାତିକ ଦୁଃସାହସ: କିଏ ଭାଙ୍ଗିଲା 'ଜଗା'ର ଚୁଲି?

ହେଲେ ରାତିରେ କିଏ ଏଭଳି କାଣ୍ଡ କଲା-ସବୁ ଅସ୍ପଷ୍ଟ।