Advertisment

‘ବାପିଙ୍କ ମୁଣ୍ଡରେ ମଉସା ଠେଙ୍ଗା’

ଡେଙ୍ଗା ପାଇଁ ଠେଙ୍ଗା ବାଜେ, କାହା ଠେଙ୍ଗା...ମଉସାର ଠେଙ୍ଗା। 'ଖୋଲାକଥା'ରେ କଂଗ୍ରେସ ନେତା ବାପି ସର୍ଖେଲ ଏଭଳି କିଛି କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Congress Leader Bapi Sarkhel

Congress Leader Bapi Sarkhel

ଡେଙ୍ଗା ପାଇଁ ଠେଙ୍ଗା ବାଜେ, କାହା ଠେଙ୍ଗା...ମଉସାର ଠେଙ୍ଗା। ମଉସା ହେଲେ ଦାମ ବାବୁ। 'ଖୋଲାକଥା'ରେ କଂଗ୍ରେସ ନେତା ବାପି ସର୍ଖେଲ ଏଭଳି କିଛି କହିଛନ୍ତି।

Advertisment
  • ପ୍ରଶ୍ନ- କଂଗ୍ରେସରୁ ବିମୁଖ ହେଲେଣି କି ? ମୋହ ତୁଟି ଗଲାଣି କି ? 
  • ବାପି ସର୍ଖେଲ- ନା ମୋହ ତୁଟିଛି, ନା ବିମୁଖ ହୋଇଛି। ଆମର ପ୍ରଗତି ଦରକାର। ଲୋକମାନଙ୍କ ବିକାଶ ଦରକାର। 

ପ୍ରଶ୍ନ- ଆଗକୁ କ’ଣ ଆଉ କଂଗ୍ରେସରେ ଛିଡ଼ା ହେବେ ନାହିଁ କି ? 
ବାପି ସର୍ଖେଲ- ବର୍ତ୍ତମାନ ଏହା କହିବା ସମ୍ଭବପର ନୁହେଁ। ଏଥିପାଇଁ ବହୁତ ଦିନ ବାକି ଅଛି। ପାରାଦୀପରେ ଯେଉଁ କାର୍ଯ୍ୟକ୍ରମ ହେବ ‘ଆମ ପାରାଦୀପ, ଆମ ପ୍ରଗତି’ ବ୍ୟାନରରେ ହେବ। ଏହା କୌଣସି ରାଜନୈତିକ ଦଳର ବ୍ୟାନରରେ ହେବ ନାହିଁ।

Advertisment
  • ପ୍ରଶ୍ନ- ଚର୍ଚ୍ଚା ହେଉଛି, ଆପଣଙ୍କର ରାଜନୈତିକ ଦବ୍‌ଦବା ପାଇଁ ଆପଣ ପରୀକ୍ଷା ଦେଉଛନ୍ତି। 
  • ବାପି ସର୍ଖେଲ- ଭବିଷ୍ୟତ କେହି ଦେଖି ନାହାନ୍ତି। ବିଜେପି ବି ଡାକିପାରେ, ବିଜେଡି ବି ଡାକିପାରେ। କେହି ନ ଡାକି ମଧ୍ୟ ପାରନ୍ତି। ଏହାକୁ ଆଶା କରି ଆମେ କିଛି କରୁନୁ। ମୋତେ ଲୋକଙ୍କ ପାଇଁ କାମ କରିବାକୁ ହେବ ଓ ମୁଁ ଲୋକଙ୍କ ପାଇଁ ହିଁ କାମ କରୁଛି। ତେଣୁ ଲୋକମାନଙ୍କ କାମ ପାଇଁ ଯାହା ଦରକାର ତାହା ମୁଁ କରୁଛି। ଏସବୁ ଭିତରେ ଭବିଷ୍ୟତ କ’ଣ ହେବ, ଏବେ ଏସବୁ ଆକଳନ କରାଯାଇ ପାରିବ ନାହିଁ। 

ପ୍ରଶ୍ନ- ଆଗାମୀ ଦିନରେ ପାରାଦୀପରେ ରାଜନୈତିକ ଦବ୍‌ଦବା ଯଦି ରୁହେ, ତା’ହେଲେ ବାପି ବନାମ ବାପି...ଅର୍ଥାତ୍‌ ବାପି ସର୍ଖେଲ ବନାମ ବାପି ରାଉତ...ହୁଏତ ବାପି ସର୍ଖିଲ ଓଭରଟେକ୍‌ କରିପାରନ୍ତି ?
ବାପି ସର୍ଖେଲ- ଏସବୁ ମହାପ୍ରଭୁ ଜଗନ୍ନାଥଙ୍କ ହାତରେ। 

  • ପ୍ରଶ୍ନ-ପାରାଦୀପର ବିଜେଡି ସଭାପତି ବସନ୍ତ ବିଶ୍ୱାଳଙ୍କ ସହ କ’ଣ ଆପଣଙ୍କର ଅଘୋଷିତ ମେଣ୍ଟ ରହିଛି କି ? 
  • ବାପି ସର୍ଖେଲ- ବସନ୍ତ ବିଶ୍ୱାଳ ଗୋଟିଏ ପାର୍ଟିରେ ଅଛନ୍ତି। ଆମେ ସ୍ୱାଧୀନ ବ୍ୟାନରରେ ଲଢ଼ିଛୁ। କ’ଣ ତାଙ୍କୁ ଗାଳି କଲେ ଆମେ ଭଲ ଓ ଫୁଲ ହାର ଦେଲେ ଖରାପ ? ରାଜନୈତିକ ପାଣିପାଗ କୌଣସି ଶତ୍ରୁତା ଭିତରା ନରହୁ। ଆକ୍ଷେପର ରାଜନୀତି ନହୋଇ ପ୍ରଗତିଶୀଳ ରାଜନୀତି ହେଉ।

Congress Leader Bapi Sarkhel OTV Khola Katha Khola Katha
Advertisment
Advertisment