• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଇରୀ ସାଜିଲା ଭିଣୋଇ ।ଶାଳୀକୁ ଜୀବରୁ ମାରିଦେଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ମଦ୍ୟପ ଭିଣୋଇ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କାଣ୍ଡତଇଲା ଗାଁରେ ଘଟିଛି ଏଭଲି ହତ୍ୟାକାଣ୍ଡ ।

ସପ୍ତାହ ତଳେ ଶାଳୀ ସରସ୍ୱତୀ ଭୋଇଙ୍କ ଭିଣୋଇ ଚରଣ ବାଘ ପରିବାର ସହିତ ସାମାନ୍ୟ କଥାକୁ ନେଇ ଝଗଡ଼ା ହୋଇଥିଲା । ଶାଳୀ ସରସ୍ୱତୀ ଭିଣୋଇ ଚରଣ ଭୋଇର ପୁଅକୁ ମାଡ ମାରିଥିଲା । ସେହି ସମୟରେ ଚରଣ ବାଘ କିଛି କହି ନଥିଲେ ସୁଦ୍ଧା ମନେ ମନେ ରାଗ କୁହୁଳୁଥିଲା । ଜୀବନରେ ମାରିଦେବାକୁ ଯୋଜନା କରିଥିଲେ ।

ଯୋଜନା ଅନୁସାରେ ଚରଣ ବାଘ ଛକି ବସିଥିଲା । ସରସ୍ୱତୀ ଭୋଇ ଗାଁ ପୋଖରୀକୁ ଯାଉଥିବା ବେଳେ ଏକୁଟି‌ଆ ଦେଖି ଟାଙ୍ଗିଆରେ ଆକ୍ରମଣ କରିଥିଲା । ତେବେ ଅତର୍କିତ ଆକ୍ରମଣରେ ଘଟଣାସ୍ଥଳରେ ହିଁ ଶାଳୀର ମୃତ୍ୟୁ ହୋଇଯାଇଥିଲା । ଏ ନେଇ ଖବର ପାଇବାପରେ ରେଢାଖୋଲ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

ରମାକାନ୍ତ ମହାନନ୍ଦ, ରେଢ଼ାଖୋଲ