Vandalism Of Chulhas Inside Puri Jagannath Temple
ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ । ଏମିତିକି ଏଯାଏଁ ପୋଲିସ ଦୁର୍ବୃତ୍ତଙ୍କ ଟେର ମଧ୍ୟ ପାଇନି ।
ଅନ୍ୟପକ୍ଷେ, ଭଙ୍ଗା ଚୁଲାରେ ହିଁ ଶ୍ରୀଜିଉଙ୍କ ଭୋଗ ରୋଷେଇ ହୋଇଥିଲା । ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ଅତିରିକ୍ତ ସୁରକ୍ଷା ପ୍ରଶାସକ ଘଟଣାର ଛାନଭିନ୍ କରୁଛନ୍ତି । ଘଟଣାକୁ ନେଇ ସୁଆରମହାସୁଆର ନିଯୋଗ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ଓ ଅବହେଳାକୁ ଦାୟୀ କରିଛି ନିଯୋଗ ।
ତେବେ ପୂର୍ବ ଶତ୍ରୁତା କିମ୍ବା ବ୍ୟବସାୟିକ ଶତ୍ରୁତାରୁ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ଗତକାଲି ଶ୍ରୀମନ୍ଦିର ରୋଷଘରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଗୋଟିଏ କି ଦୁଇଟି ନୁହେଁ ଅନେକ ଚୁଲାକୁ ଭଙ୍ଗାରୁଜା ହୋଇଥିଲା । ଯେଉଁଥିରେ ଶ୍ରୀମନ୍ଦି ରୋଷ ଘରର କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଆଦି ଥିବା ବିଭିନ୍ନ ଚୁଲା ରହିଥିଲା ।
ସୂଚନା ଅନୁସାରେ,ଗତକାଲି ସକାଳେ ପୁରୀ ଶ୍ରୀମନ୍ଦିରରେ ଅନେକ ଚୁଲା ଭଙ୍ଗାରୁଜା ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଶ୍ରୀମନ୍ଦିର ଇତିହାସରେ କେବେ ଘଟି ନଥିବା ଭଳି ଏଘଟଣା ସଂପର୍କରେ ଜଣାପଡ଼ିବା ପରେ ଜିଲ୍ଲାପାଳ, ଏସ୍ପି ଓ ଶ୍ରୀମନ୍ଦିର ପ୍ରଶାସକ ପ୍ରମୁଖର ଘଟଣାସ୍ଥଳକୁ ଯାଇ ସ୍ଥିତିର ଯାଞ୍ଚ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)