Advertisment

ଭୟଙ୍କର ସିରିଜ୍‌ ଦୁର୍ଘଟଣା: ଜଣଙ୍କୁ ବଞ୍ଚାଇବାକୁ ଯାଇ କାର୍‌ ଉପରେ ମାଡ଼ିଗଲା ହାଇୱା

ଭୁବନେଶ୍ୱର ପଳାଶୁଣୀ ବସ୍‌ଷ୍ଟାଣ୍ଡ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାପାର୍‌ ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଜି ସକାଳେ ଏହି ସିରିଜ ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Accident In Bhubaneswar

Accident In Bhubaneswar

ଭୁବନେଶ୍ୱର ପଳାଶୁଣୀ ବସ୍‌ଷ୍ଟାଣ୍ଡ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାପାର୍‌ ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଜି ସକାଳେ ଏହି ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଯୋଗୁ ଟ୍ରାଫିକ ଜାମ୍‌ ହୋଇଥିବା ଦେଖିବାକୁ ମିଳିଛି। 

Advertisment

ଏକ ହାଇଓ୍ୱା ଏବଂ ଟ୍ରକ୍‌ ମଝିରେ ଏକ କାର୍‌ ଚାପି ହୋଇଯିବା ଫଳରେ ଜଣଙ୍କର ଜୀବନ ଚାଲି ଯାଇଛି। ଦୁର୍ଘଟଣା ପରେ ରାସ୍ତାଜାମ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ କିଛି ସମୟ ପାଇଁ ଶହ ଶହ ଗାଡ଼ି ଅଟକି ରହିଥିଲା।

ସୂଚନା ଅନୁସାରେ, ପଳାଶୁଣୀ ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାର୍‌ ହେଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ହାଇୱା ଡ୍ରାଇଭର ବ୍ରେକ୍‌ ମାରିଥିଲେ। ଏହାପରେ ଆଗରେ ଯାଉଥିବା ଏକ କାର୍‌କୁ ପଛପଟୁ ଧକ୍କା ଦେବା ସହ ଅନ୍ୟ ଏକ କାର୍‌କୁ ମଧ୍ୟ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ହାଇୱା ଓ ଆଗରେ ଥିବା ଟ୍ରକ୍‌ ମଝିରେ ଚାପି ହୋଇଯାଇଥିଲା। ଏଥିରେ କାର୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

Accident In Bhubaneswar Series Accident
Advertisment
Advertisment