Advertisment

ଓଡ଼ିଶା ମିରର୍ ପକ୍ଷରୁ ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ

"ଓଡ଼ିଶା ମିରର୍" ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ "ଉତ୍କଳ ଦିବସ ସମାରୋହ-୨୦୨୨ ଏବଂ ଉତ୍କଳ ଉତ୍କର୍ଷ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ହୁସେନ ରବି ଗାନ୍ଧୀ ଯୋଗଦେଇ "ଓଡିଶାର ନବ ନିର୍ମାଣ ଓ ଓଡ଼ିଶା ଦିବସ" ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।

author-image
Pramod Behera
State lable Utkal Diwas by Odisha Story mirror

State lable Utkal Diwas by Odisha Story mirror

ଉତ୍କଳ ଦିବସ ଅବସରରେ ସାପ୍ତାହିକ ସମ୍ବାଦପତ୍ର "ଓଡ଼ିଶା ମିରର୍" ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ "ଉତ୍କଳ ଦିବସ ସମାରୋହ-୨୦୨୨ ଏବଂ ଉତ୍କଳ ଉତ୍କର୍ଷ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ହୁସେନ ରବି ଗାନ୍ଧୀ ଯୋଗଦେଇ "ଓଡିଶାର ନବ ନିର୍ମାଣ ଓ ଓଡ଼ିଶା ଦିବସ" ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।

Advertisment

ମୁଖ୍ୟବକ୍ତା ଭାବରେ ବରିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଓଡିଶାର ଅତୀତ ମୂଲ୍ୟବୋଧ ଏବଂ ନୂଆ ଓଡିଶାର ପରିକଳ୍ପନା ଓ ଆଜିର ବିକଶିତ ଓଡ଼ିଶାକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଅତିଥି ଭାବରେ ବିଶିଷ୍ଟ ଅନୁବାଦିକା ପ୍ରଫେସର ଡ. ଭେଦୁଲାଲ ରାମଲକ୍ଷ୍ମୀ ଯୋଗଦେଇ ଓଡିଶାର ସାମଗ୍ରିକ ଚିତ୍ରକୁ ନେଇ ଆଲୋଚନା କରିଥିଲେ।

ସମ୍ମାନୀତ ବକ୍ତା ଭାବରେ କଣ୍ଠଶିଳ୍ପୀ କବି ଓ ଲେଖିକା ଛନ୍ଦା ମିଶ୍ର ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କରି ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ସମ୍ପର୍କରେ ମତ ରଖିଥିଲେ। ସମ୍ମାନୀତ ଅତିଥି ଭାବରେ ମିଷ୍ଟର ଇଣ୍ଡିଆ ଆଚିଭର ସତ୍ୟଜିତ ପ୍ରତିହାରୀ ଯୋଗଦେଇଥିଲେ। ଓଡ଼ିଶା ମିରର୍ ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ବିଶ୍ଵାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ଓଡ଼ିଶା ମିରର୍‌ର ସହଯୋଗୀ ସମ୍ପାଦକ ମାନସ ଦାସ କାର୍ଯ୍ୟକ୍ରମର ବିବରଣୀ ଓ ଆଭିମୁଖ୍ୟ ପ୍ରଦାନ କରିଥିଲେ।

Advertisment

ଏହି ଅବସରରେ ବର୍ଷା ପବ୍ଲିକେଶନ୍‌ ଦ୍ଵାରା ପ୍ରକାଶିତ ଯୁବ କବି ରଶ୍ମି ରଂଜନ ରାଉତଙ୍କ ପ୍ରଥମ କବିତା ସଂକଳନ 'ଭୋକର ଭଗ୍ନାଂଶ' ଉପସ୍ଥିତ ଅତିଥିମାନଙ୍କଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଉତ୍କଳ ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ମାନିତ ପ୍ରତିଭାମାନେ ହେଲେ ଷ୍ଟାଲିନ୍‌ ବିଶ୍ଵାଳ, ପ୍ରକାଶ ଚନ୍ଦ୍ର ପରିଡା, ଶଶିକାନ୍ତ ଦାସ , ରଞ୍ଜନ ମହାପାତ୍ର, ଦୀପକ ବେହେରା, ଆସିଆ ବେଗମ୍, ମନୋଜ ପ୍ରଧାନ, ଏକଙ୍କିତା ଅଗ୍ରୱାଲ, ଆଶୋକ ରାଉତ, ପ୍ରମୋଦ ପରିଡା, ସରୋଜ ଆଚାର୍ଯ୍ୟ, ମଙ୍ଗରାଜ ଜେନା, ସରୋଜ ନାୟକ, ସରିତା ବାରିକ, ଇପ୍ସିତା ମହାନ୍ତି ଓ ପ୍ରଦୀପ ଗୋଚ୍ଛାୟତ। ସଙ୍ଗୀତ ଦାସ, ଆଇନଜୀବୀ ସଂଗ୍ରାମ ମହାନ୍ତି ଓ ଓଡ଼ିଶା ମିରର୍ ପ୍ରତିନିଧି ପ୍ରବୋଧ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Odisha News
Advertisment
Advertisment