Advertisment

Illegal Ganja: ଗଞ୍ଜେଇ କାରବାର ଅଭିଯୋଗ, ଦାରିଙ୍ଗବାଡି ଆସି ଗିରଫ କଲା ହରିୟାଣା ପୋଲିସ୍

ଗଞ୍ଜେଇ ବେପାରୀକୁ ଧରିବା ପାଇଁ ହରିୟାଣାର ଫରିଦାବାଦ ପୋଲିସ ଗତ ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇଥିଲା । ଫରିଦାବାଦରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଅଂଚଳର ପ୍ରଦୀପ ବିଷୋୟୀ ନାମକ ଗଞ୍ଜେଇ ମାଫିଆକୁ ଧରି ହରିଆଣା ପୋଲିସ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପହଞ୍ଚିଥିଲା । ଗଞ୍ଜେଇ କାରବାରରେ ସେ କାହାଠାରୁ ଗଞ୍ଜେଇ କିଣିଥିଲା ଏବଂ କାରବାରର ମୂଳ ଉତ୍ସ କେଉଁଠି ସେ ନେଇ ସ୍ଥାନୀୟ ପୋଲିସ ସହାୟତାରେ ଖୋଜି ବାହାର କରିଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Ganja Mafia Arrested By Police

Ganja Mafia Arrested By Police

ଗଞ୍ଜେଇ କାରବାର ଅଭିଯୋଗରେ ୧୫ ଶହ କିଲୋମିଟର ଦୂର ଆସି ହରିୟାଣା ପୋଲିସ ଜଣେ ବେପାରୀକୁ ଦାରିଙ୍ଗବାଡ଼ି ଅଞ୍ଚଳରୁ ଉଠାଇ ନେଇଛି । ଏହି ବେପାରୀକୁ ଧରିବା ପାଇଁ ହରିୟାଣାର ଫରିଦାବାଦ ପୋଲିସ ଗତ ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇଥିଲା । ଫରିଦାବାଦରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଅଂଚଳର ପ୍ରଦୀପ ବିଷୋୟୀ ନାମକ ଗଞ୍ଜେଇ ମାଫିଆକୁ ଧରି ହରିଆଣା ପୋଲିସ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପହଞ୍ଚିଥିଲା । ଗଞ୍ଜେଇ କାରବାରରେ ସେ କାହାଠାରୁ ଗଞ୍ଜେଇ କିଣିଥିଲା ଏବଂ କାରବାରର ମୂଳ ଉତ୍ସ କେଉଁଠି ସେ ନେଇ ସ୍ଥାନୀୟ ପୋଲିସ ସହାୟତାରେ ଖୋଜି ବାହାର କରିଛି ।

Advertisment

ପ୍ରଦୀପ ବିଷୋୟୀକୁ ଗିରଫ କରାଯିବା ପରେ ଏବେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗସାପାଙ୍ଗା ଅଂଚଳର ବେଲାଳସେନ ରୂପା ମାଝୀଙ୍କୁ ପୋଲିସ ଗିରଫ କରିଛି । ବାହାର ରାଜ୍ୟର ପୋଲିସ କାହିଁକି ଦାରିଙ୍ଗବାଡି ଆସିଛି, ସେ ନେଇ ହଠାତ୍ କେହି କିଛି ବୁଝିପାରିନଥିଲେ । ତେବେ ଜଣକୁ ଗିରଫ କରାଯିବା ପରେ ପୋଲିସ ଆସିବାର କାରଣ ଜଣାପଡିଥିଲା । ମାଓ ଉପଦ୍ରୁତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଅଭିଯୁକ୍ତକୁ ଉଠାଇ ନେବା ଘଟଣାରେ ଅଞ୍ଚଳବାସୀ ଚକିତ ହୋଇ ପଡିଛନ୍ତି । ଅଭିଯୁକ୍ତମାନେ ଗିରଫ ହେବା ପରେ ଗ୍ରାମବାସୀ ଦାରିଙ୍ଗବାଡ଼ି ଥାନାକୁ ଆସି ଅଭିଯୁକ୍ତକୁ ଛାଡି ଦେବା ଲାଗି ପୋଲିସ ନିକଟରେ ନେହୁରା ହୋଇଥିଲେ ।

ଅଧିକ ପଢ଼ନ୍ତୁ: କନ୍‌ଷ୍ଟେବଳଙ୍କୁ ୨୦ ବର୍ଷ ଜେଲ୍‌, ଜରିମାନା 

ହରିୟାଣା ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରି ସାଥିରେ ନେଇଯାଇଛି । ୧୧ କିଲୋଗ୍ରାମ ଗଞ୍ଜେଇ କାରବାର ଅଭିଯୋଗରେ ହରିୟାଣା ଫରିଦାବାଦ ପୋଲିସ ଏକ ସ୍କୋର୍ପିଓରେ ଆସିଥିଲେ । ଦୀର୍ଘ ୧୫ ଶହରୁ ଉର୍ଦ୍ଧ୍ୱ କିଲୋମିଟର ଦୂର ଅତିକ୍ରାନ୍ତ କରି ଆସିଥିଲା ପୋଲିସ । ପ୍ରଦୀପ ବିଷୋୟୀ ଫରିଦାବାଦରେ ଗଞ୍ଜେଇ କାରବାର କରିବା ବେଳେ ପୋଲିସ ହାତରେ ଧରା ପଡିଥିଲା । ସେ କେବେ ଠାରୁ ଏବଂ କେଉଁ ଅଞ୍ଚଳରୁ ଗଞ୍ଜେଇ ଆଣି ହରିୟାଣା ରାଜ୍ୟରେ କାରବାର କରୁଥିଲା ସେ ନେଇ ସମସ୍ତ ତଥ୍ୟ ଜାଣିବା ପରେ ହରିୟାଣା ପୋଲିସ କନ୍ଧମାଳ ଲିଙ୍କ ଥିବା ଜାଣିବାକୁ ପାଇଥିଲା । ପରେ ଦାରିଙ୍ଗବାଡି ଆସି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଏହି ଚାଷରେ ବହୁତ ରୋଜଗାର, ଆଦିବାସୀ ଅଧ୍ୟୁଷିତ ଗାଁରେ ଫୁଟିଲା ହସ

Kandhamal Police Ganja Seized Ganjam Crime News Haryana
Advertisment
Advertisment