• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଅପରାଜିତାଙ୍କ କଲେ ପଲଟୱାର । ଏଏସ୍‌ଆଇ ଦେଇଥିବା ଚିଠି ଦେଖାଇ ସରକାରଙ୍କୁ କଲେ ଟାର୍ଗେଟ୍ । କହିଲେ ବେଆଇନ୍ କାମ କାହିଁକି ବନ୍ଦ କରାଯାଇ ନାହିଁ । ସାରା ରାଜ୍ୟରେ ଏବେ ଶ୍ରୀମନ୍ଦରକୁ ନେଇ ଚର୍ଚ୍ଚା । ଗୋଟିଏ ପଟେ ଦୁଇ ଦିନ ହେବ ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣ ପ୍ରସ୍ଥଙ୍ଗ ଏବେ ଦିଲ୍ଲୀରେ ପହଞ୍ଚିଲାଣି । ଆଉ ଏହାକୁ ନେଇ ସାଂସଦ ଅପରାଜିତା ଷଢ଼ଙ୍ଗୀ ଏବେ ଆକ୍ସନ ମୋଡ୍‌ରେ । ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି ।

ଅପରାଜିତା ନିଜ ଟ୍ୱିଟ୍‌ ଯୋଗେ ପୁଣି ଥରେ ସରକାରଙ୍କୁ ମିଛ ବାହାନାକୁ ପଦାରେ ପକାଇବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ନିର୍ମାଣ କାମ ବନ୍ଦ ରଖିବାକୁ ASIର ନିର୍ଦ୍ଦେଶ ସତ୍ତ୍ୱେ ଏହାର ଅନୁପାଳନ ହୋଇନାହିଁ । କାମ ବନ୍ଦ କରିବାକୁ ଗତ ଫେବ୍ରୁଆରୀ ୫ରୁ ASI ଚିଠି ଲେଖିଥିଲେ ମଧ୍ୟ ରାଜ୍ୟ ସରକାର ଏଯାଏଁ କାମ ବନ୍ଦ କରିନାହାନ୍ତି । ନିଜ ଟ୍ୱିଟ୍ ଯୋଗେ ଏଭଳି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅପରାଜିତା ASI ଚିଠିକୁ ନିଜ ଟ୍ୱିଟ୍‌ ସହ ଯୋଡ଼ି କାହିଁକି କାମ ବନ୍ଦ ହୋଇନି ବୋଲି ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଜଗନ୍ନାଥ ମନ୍ଦିର ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସ୍ୱାଗତ କରୁଛୁ । ଆଇନକୁ ଉଲ୍ଲଂଘନ କରିକି କିଛି କରାନଯାଉ । ଜଗନ୍ନାଥ ମନ୍ଦିରର ସୁରକ୍ଷା ପ୍ରତ୍ୟେକ ଓଡ଼ିଶାବାସୀଙ୍କ କର୍ତ୍ତବ୍ୟ । ଏହା ଆମ ସମସ୍ତଙ୍କ ଆସ୍ଥାର କେନ୍ଦ୍ର ଏବଂ ଏହାର ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅନ୍ୟପଟେ ପୂର୍ବରୁ ଅପରାଜିତା କହିଥିଲେ ଐତିହ୍ୟ ସ୍ଥଳର ନିଷିଦ୍ଧାଞ୍ଚଳରେ ନିର୍ମାଣ ହେଲେ ASI ଅନୁମତି ଲୋଡ଼ା । ୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ବୋଲି କହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ।