• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାଇକୋର୍ଟରେ ପହଞ୍ଚିଛି ଗଞ୍ଜାମ ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ମାମଲା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଅଭିଯୋଗ ଆଇଥିବା ୨ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଆବେଦନରେ ଅନୁରୋଧ କରାଯାଇଛି । ଏହି ମାମଲାରେ ଭଞ୍ଜନଗର SDPO, IICଙ୍କ ସମେତ ୭ ଜଣଙ୍କୁ ପକ୍ଷଭୂକ୍ତ କରାଯାଇଛି ।

ଗତ ମାର୍ଚ୍ଚ ୨୫ ତାରିଖରେ ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଥିଲା । ନିଜ ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଦେବ ଗମାଙ୍ଗ ମୃତ୍ୟୁ ହୋଇଥିଲା କୁହାଯାଇଥିଲା । ସେହି ସମୟରେ ତାଙ୍କ କ୍ୱାଟର୍ସରେ ଉପସ୍ଥିତ ଥିଲେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ଧିରେଶ ଦାସ। ଉଭୟ ତାଙ୍କୁ ଗାଙ୍ଗପୁର ମେଡିକାଲ୍‌ ଓ ପରେ ଆସ୍କା ମେଡ଼ିକାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେମିତି ଗୁଳି ଫୁଟିଲା ସେନେଇ ଏଯାଏ କିଛି ସ୍ପଷ୍ଟ ହୋଇନାହିଁ ।

ମୃତ୍ୟୁ ପରେ ସେ ମାନସିକ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ଗଞ୍ଜାମ ଏସପି କହିଥିଲେ । ହେଲେ କାହିଁକି ଓ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ IIC ତାକୁ ନେଇ ସନ୍ଦେହ ବଢ଼ିଥିଲା । କେଉଁ ଭଳି ଚାପ ? କିଏ ଚାପ ପକାଉଥିଲା ତାହା ପ୍ରଶ୍ନ ଉଠିଥିଲା । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଆଇଆଇସିଙ୍କ ପତ୍ନୀ କିରଣ ମହାନ୍ତି । ପାରିବାରିକ ସ୍ଥିତି ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା । କେବଳ ଓ୍ୱାର୍କ ପ୍ରେସର ଅଧିକ ଥିଲା, ନିର୍ବାଚନ ପରେ ଛୁଟିରେ ଆସିବେ କହୁଥିଲେ । ତେଣୁ ମୃତ୍ୟୁ କେମିତି ହେଲା ସେନେଇ ତଦନ୍ତ ଆବଶ୍ୟକ ବୋଲି କହିଥିଲେ ।