• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ହୋ-ହଲ୍ଲା । ମୁଖ୍ୟ ଫାଟକ ବନ୍ଦ କରି ଦେଲେ ଧାରଣା । ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିସରରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା । ପାଠ ପଢ଼ାରେ ଅନିୟମିତତାକୁ ନେଇ ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ ।ପରିଚାଳନା ଗତ ସମସ୍ୟାର ସମାଧାନ ଦାବିରେ ମୁଖ୍ୟ ଗେଟ୍ ବନ୍ଦ କରି, କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଏସସି ନର୍ସିଂ ବିଭାଗ ଛାତ୍ରଛାତ୍ରୀ ।

ଚଣ୍ଡିଖୋଲ ସ୍ଥିତ ଦ୍ୱିତୀୟ କ୍ୟାମ୍ପସରେ ଗଲା ୨ ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି । ଯାହାର ପରିଚାଳନା ଦାୟିତ୍ୱ ନେଇଛି ଶ୍ରୁଶୃତମ ଚାରିଟେବଲ୍ ଟ୍ରଷ୍ଟ । କୋର୍ସ ବାବଦରେ ପିଲାଙ୍କ ଠାରୁ ୭୫ ହଜାର ଟଙ୍କା ନିଆଯାଉଥିବା ବେଳେ, କୌଣସି ସୁବିଧା ସୁଯୋଗ ଯୋଗାଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ସେହିପରି ବିଭାଗରେ ମାତ୍ର ୩ ଜଣ ଷ୍ଟାପ୍ ଥିବାରୁ, ନିୟମିତ କ୍ଲାସ ହୋଇପାରୁନି । ଏହା ବାଦ୍ ଲାଇବ୍ରେରୀ, ହଷ୍ଟେଲ ଏବଂ ଖାଇବାପିଇବା ସମସ୍ୟା ରହୁଥିବା ଅଭିଯୋଗ ହୋଇଛି । ଟ୍ରଷ୍ଟ ହାତରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ହାତକୁ ଦାୟିତ୍ୱ ନେବାକୁ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନରୁ ହଟିବେନି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ତେବେ ଏନେଇ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।