କୋଟିଆକୁ ନେଇ ତୀବ୍ର ହେଉଛି ବିବାଦ । ଉତ୍କଳ ଦିବସରେ କୋଟିଆ ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଆନ୍ଧ୍ର ଗୋ ବ୍ୟାକ୍' ନାରା ପରେ ତେଜିଛି ରାଜନୀତି । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜାନ୍ନା ଦୋରା, ଏହି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଧର୍ମେନ୍ଦ୍ରକୁ ଅପିଲ୍ କରିଥିବା ବେଳେ ବିଜେପି ତାର ଦୃଢ ଜବାବ ଦେଇଛି । ସେପଟେ କୋଟିଆ ଗସ୍ତରୁ ଫେରିବା ପରେ ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର କୋଟିଆ ପ୍ରତି ଅବହେଳା କରିଛନ୍ତି ।
ରାଜନୀତିର ସର୍ବାଗ୍ରେ ଯେଉଁ କୋଟିଆ ପଞ୍ଚାୟତ, ସେଇ ପଞ୍ଚାୟତ ମୁଖ୍ୟାଳୟକୁ ଛାଡ଼ିଦେଲେ ବାକି ଗାଁ ଗୁଡ଼ିକରେ କେମିତି ଦୁର୍ବିସହ ଜୀବନ, ଓଟିଭି ତାର ଚିତ୍ର ପରଖିଥିଲା କାଟ୍ରାଗଡ଼ାରେ । ସବୁଦିନିଆ ରାସ୍ତା, ସ୍ୱଚ୍ଛ ପାଣି ଓ ବିଜୁଳି, ସବୁ ଯେମିତି ଏଠି କେବଳ ମିଛ ପ୍ରତିଶ୍ରୁତିର କବଜାରେ। ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ
କୋଟିଆରୁ ୪ କିମି ଦୂରକୁ ପହଁଚିପାରୁନି ସୁବିଧା । ବର୍ଷକ ଭିତରେ ସବୁ ସମାଧାନ ହୋଇଯିବ: ପଟାଙ୍ଗୀ ବିଧାୟକ ।
କୋଟିଆ ପଞ୍ଚାୟତର ଶେଷ ଗାଁ ଫାଟୁସିନେରି ନିକଟ ତଥା ଆନ୍ଧ୍ରର ନନ୍ଦା ଗାଁ ପଟେ ରାସ୍ତା ତିଆରି ପାଇଁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଓଡ଼ିଶା ହାତରୁ ଖସିଯିବ କି କୋଟିଆ ?
କୋଟିଆ ଦଖଲ ଅଭିଯାନ କ୍ରମରେ ଚଳିତ ମାସ ପହିଲାରେ କୋଟିଆର ୨୮ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ନକ୍ସାରେ ସାମିଲ କରିଛି ଆନ୍ଧ୍ର ।
କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍। ା ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି।
ଫେଲ୍ ମାରିଲା ଆନ୍ଧ୍ରର ସ୍ୱାସ୍ଥ୍ୟ ସେବା ଚାଲ୍। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆସିଥିଲେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ, ହେଲେ ଲୋକମାନେ ସେମାନଙ୍କ ନିକଟକୁ ଯାଇନଥିଲେ। ଶେଷରେ ଆନ୍ଧ୍ର ଆମ୍ବୁଲାନ୍ସ ଫେରି ଯାଇଥିଲା।
କୋଟିଆ ଅଞ୍ଚଳକୁ ଆନ୍ଧ୍ର ଅଧିକାରୀଙ୍କୁ ନପୁରାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆନ୍ଧ୍ର ଭଲ୍ୟୁଣ୍ଟିୟର ଗଳାବାଟ ଦେଇ ଓଡ଼ିଶାକୁ ପଶୁଛନ୍ତି।
ଜୟପୁର: ସୁଧୁରୁନି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାରେ ଜୋର ଜବରଦସ୍ତ ନିର୍ବଚନ କରିବା ଲକ୍ଷ୍ୟରେ ରହିଛି ଆନ୍ଧ୍ର। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ । ମିଳିଥିବା ସୂଚନା ଅନୁଯାୟୀ ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ଆନ୍ଧ୍ର କରାଇପାରେ ନିର୍ବାଚନ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ […]