• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳା ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ । ତା ସତ୍ତ୍ୱେ ବି ଏଭଳି ଘଟଣା ଘଟିଲା ବୋଲି ସେ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନକୁ ସେ ଦାୟୀ କରିଛନ୍ତି । ତାଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜୟ ଦାବି କରିଛନ୍ତି ।

ଏଥିପାଇଁ ଜଣେ ଏସପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବା କଥା । ଘଟଣା ଦିନ କୌଣସି ସୁରକ୍ଷା ଅଧିକାରୀ ନଥିଲେ । ଶ୍ରୀମନ୍ଦିର ସୁରକ୍ଷା ନେଇ ୪ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ୪ଟି କ୍ଷେତ୍ରରେ ଅବମାନନା କରୁଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିନାହାନ୍ତି । ତାସହ ଚତୁପାର୍ଶ୍ୱରେ ବିକାଶ ପାଇଁ ସେହି କାମ କରି ହେବ, ଯେଉଁଥିରେ କୌଣସି ଆପତ୍ତି ନଥିବ ।

ଟେମ୍ପଲ ଫଣ୍ଡର ଅଡିଟ ସିଏଜିଙ୍କ ଦ୍ୱାରା ହେଉନାହିଁ । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବମାନନା କରିଥିବା ସେ ଅଭିଯୋଗ ଆଣିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ସଂସଦରେ ଉଠିବା ପରେ ବି ASI ଓ NMA ଚୁପ ଅଛନ୍ତି । ASI କୌଣସି ଏକ୍ସପର୍ଟ ଟିମ ନପଠାଇ ମଧ୍ୟ ଭୁଲ କରୁଛନ୍ତି । ଗାତ ଖୋଳିବା ସ୍ଥାନରେ ବର୍ତ୍ତମାନ ଟ୍ରକ ଟ୍ରକ ବାଲି ଭର୍ତ୍ତି କରାଯାଉଛି । ଯେହେତୁ ବେଆଇନ କାମ ହୋଇଥିଲା, ତେଣୁ ବାଲି ଭର୍ତ୍ତି କରାଯାଉଛି ।

ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଦେବା ବେଆଇନ । ଆରଡିସି ସ୍ତରର ଅଫିସର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱରେ ରହିବା କଥା ବୋଲି ସେ କହିଛନ୍ତି । ତେବେ ବିଜୟଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ASI କି NMA ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।