Advertisment

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ୟାରେଜରୁ ମିଳିଲା ମୃତଦେହ

ଦେଶୀ ପିସ୍ତଲରେ ନିଜକୁ ଗୁଳି କରି ଗ୍ୟାରେଜ ଦୋକାନୀଙ୍କ ଆତ୍ମହତ୍ୟା। କୌଣସି କାରଣକୁ ନେଇ ଗତକାଲି ସକାଳେ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Body of man found in Berhampur

Body of man found in Berhampur

ଦାମ୍ପତ୍ୟ କଳିର କରୁଣ ପରିଣତି। ଦେଶୀ ପିସ୍ତଲରେ ନିଜକୁ ଗୁଳି କରି ଗ୍ୟାରେଜ ଦୋକାନୀଙ୍କ ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଚୈତନପଡା ଛକ ପେଟ୍ରୋଲ ପମ୍ପ ସମୁଖରେ ଥିବା ଗ୍ୟାରେଜ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତକ ଗୋପୀନାଥପୁରର ଇପିଲି ଜଗନ୍ନାଥ(୩୫) ବୋଲି ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, କୁକୁଡାଖଣ୍ଡିରେ ଭଡ଼ା ଘରେ ଇପିଲି ରହୁଥିଲେ। ତାଙ୍କର ଏକ ଗ୍ୟାରେଜ ଦୋକାନ ରହିଛି। କୌଣସି କାରଣକୁ ନେଇ ଗତକାଲି ସକାଳେ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏନେଇ ବ୍ରହ୍ମପୁର ସଦର ଥାନାରେ ପତ୍ନୀ ଏତଲା ଦେଇଥିଲେ। 

ଇପିଲି ଦୋକାନରେ ଥିବା ସମୟରେ ଦେଶୀ ପିସ୍ତଲରେ ନିଜକୁ ଗୁଳି କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ମାନସିକ ଅଶାନ୍ତିରୁ ଇପିଲି ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ୍‌ ସ୍ପଷ୍ଟ କରିଛି। ମୃତଦେହ ନିକଟରୁ ଏକ ଦେଶୀ ପିସ୍ତଲ ଓ ଖୋକା ପୋଲିସ୍ ଜବତ କରିଛି।

Advertisment
Deadbody Found
Advertisment
Advertisment