• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 01 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 01 April 2022
Politics
ଓଡ଼ିଶା ରାଜନୀତିରେ ‘ଯିଏ ଜିତିବ ସିଏ ଆମର’ ଫର୍ମୁଲା

ଦଳ ଗୁଡିକ ଆଶାୟୀଙ୍କୁ ମନାଇବା ବଦଳରେ ସମସ୍ତଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏପରକି କେତେକ ନେତା ଉଭୟ ପ୍ରାର୍ଥୀଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହୁଏ ।

Odisha Politicians
ଗାଁରୁ ଦିଶିଲା ରାଜନୀତିର ନୂଆ ଧାରା: ନିର୍ବାଚନ ହାରି ମଧ୍ୟ ପ୍ରତିଶ୍ରୁତି କଲେ ପୂରଣ

ଭୋଟ୍‌ରେ ଜିତିଗଲା ପରେ ନେତାଙ୍କ ପଛରେ ଜନତା ଗୋଡ଼ୋଉଥିଲେ, ଏବେ ଜନତାଙ୍କ ଦୂଆର ମୁହଁକୁ ଆସିଛନ୍ତି ନେତା । ହଁ ଆପଣ ଠିକ୍ ଶୁଣୁଛନ୍ତି, ହିତାଧିକାରୀଙ୍କ ପାଖକୁ ଚାଉଳ ଧରି ପହଞ୍ଚିଛନ୍ତି ଲୋକଙ୍କ ଦ୍ୱାରା ଚୟନ ହୋଇଥିବା ସରପଞ୍ଚ ।

Budget 2022
ଏଥର ବଜେଟ୍‌ରେ ଭୋଟ ବ୍ୟାଙ୍କ ପ୍ଲାନ୍‌ ! ମିଶନଶକ୍ତିକୁ ଗୁରୁତ୍ୱ ହେଲେ ଶିଳ୍ପ-ଷ୍ଟାର୍ଟଅପ୍‌କୁ ଅଣଦେଖା

କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କା ଘର ଓ ମିଶନ ଶକ୍ତି । ହିତାଧିକାରୀଙ୍କୁ ସିଧାସଳଖ ଲାଭ ଦେଉଥିବା ଏମିତି ଯୋଜନାକୁ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ରେ ମିଳିଛି ଗୁରୁତ୍ୱ ।

School Open
ପରୀକ୍ଷା ହେବ ନା ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ୍; ଏନେଇ ଦ୍ୱନ୍ଦ୍ୱ ଭିତରେ ଅଭିଭାବକ, ଛାତ୍ରଛାତ୍ରୀ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ହେଲେ ସରକାରୀ ସ୍କୁଲ୍‌ରେ ପିଲା ପଢିବେ ପୁରୁଣା ପାଠ । ହୋଇନି ପରୀକ୍ଷା, ମିଳିନି କ୍ଲାସ୍ ପ୍ରମୋସନ । ନବମ ଓ ଦଶମକୁ ଛାଡି ଦେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କୌଣସି ପରୀକ୍ଷା ହୋଇନି । ସରକାର ବି ସ୍ପଷ୍ଚ କରିନାହାନ୍ତି ଯେ ପରୀକ୍ଷା ହେବ ନା ନାହିଁ । ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ ମିଳିବ କି ପିଲାଙ୍କୁ?

Sand Mafia
ସରି ଆସିଲାଣି ପୁରୀ-କୋଣାର୍କ ବେଳାଭୂମି ବାଲି ! କେବେ ଚେତିବ ପ୍ରଶାସନ ?

ରାତି ଅଧରେ ଅବାଧରେ ଚାଲିଛି ବାଲି ଖୋଳା । ନା କାହାକୁ ଭୟ ନା ଖାତିର । ବାଲି ଖୋଳିବା ପରେ ଜେସିବି ଓ ହାଇୱା ଲଗାଇ କରାଯାଉଛି ଲୋଡିଂ । ଆଉ ରାତି ପାହିଲା ବେଳକୁ ଟ୍ରକ୍ ଟ୍ରକ୍ ବାଲି ନେଇ ମାଫିଆ ଛୁ ।

Sarmistha Rout
ଫିଟିଲା ମାଡାମ୍ ଶର୍ମିଷ୍ଠାଙ୍କ ଅସଲ ଚେହେରା, ସାମ୍ନାକୁ ଆସିଲା କବି ନିରଂଜନଙ୍କ ନୃଶଂସ ରୂପ !

ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ହତ୍ୟା ଆଉ ନୟାଗଡ଼ ରଣପୁରରେ ଶବ ପୋତାଯିବାର ପ୍ରତିଟି କାହାଣୀର କରିଛି ଖୁଲାସା । ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀ ମିଶି ମାନସଙ୍କୁ ଅପହରଣ କରିଥିଲେ ଚାନ୍ଦବାଲି ପଳାସପୁର ଗାଁରୁ ।

Shree Jagannath Temple
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ୮ ଜଣିଆ ଗୃହ କମିଟି ଗଠନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ଗଠନ ହୋଇଛି ଗୃହ କମିଟି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ୮ ଜଣିଆ ଗୃହ କମିଟି ।

Deep thought for odia language
ଓଡିଆ ଜାତିର ପରିଚୟ ତା’ର ଭାଷା-ସଂସ୍କୃତି-ଶିଳ୍ପକଳା

ଗଭୀର ଚିନ୍ତନ ଯୋଗୁଁ ଆମର ପୂର୍ବଜମାନେ ଓଡିଆ ଭାଷା ଭିତ୍ତିରେ ଓଡିଶା ରାଜ୍ୟ ଗଠନର ଦାବି ଉପସ୍ଥାପିତ କଲେ ଏବଂ ଆମର ଓଡିଶା ପ୍ରଦେଶ ଗଠନ ହେଲା । କାରଣ ଏହି ଗଭୀର ଚିନ୍ତା ଆବଶ୍ୟକ କରେ ଯାହାସବୁ ତଥ୍ୟ ରହିଛି ତାକୁ ଧାରାବାହିକ ଓ ପର୍ଯ୍ୟାୟକ୍ରମେ ଆଲୋଚନା କରିବା, ମୂଲ୍ୟାଙ୍କନ କରିବା ଓ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେବା।

CAG Reports
CAG ରିପୋର୍ଟ କହିଲା ରାଜ୍ୟର ଆର୍ଥିକ ସ୍ଥିତି

ଶିଳ୍ପ ପାଇଁ ୩୧.୭୩% ଓ କୃଷି ପାଇଁ ୧୮.୬୧% ଯୋଗଦାନ ରହିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।

Project Unfinished
ଏ ସରକାର ଚେଇଁ ଶୋଇଛି !! ୨୨ ବର୍ଷ ହେଲାଣି ସରିପାରୁନି ଗୋଟିଏ ପ୍ରକଳ୍ପ?

ବର୍ଷ ପରେ ବର୍ଷ ବିତୁଛି, ପ୍ରକଳ୍ପର ବ୍ୟୟ ବି ବଢୁଛି। ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ କାମ ସରିବାରେ ନା ନେଉନି। କେବଳ ସରକାରୀ ଅର୍ଥ ଆତ୍ମସାତ୍‌ ହେଉଛି କହିଲେ ଅତ୍ୟୁକ୍ତି ହେବନି।

The term of three Rajya Sabha members
ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ, ବିଦାୟକାଳୀନ ସମ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ

ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ । ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ସସ୍ମିତ ପାତ୍ର । ସାଂସଦ ଭାବେ ଏହି ତିନି ଜଣଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି ।

school students
ସକାଳୁଆ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ ! ୧୦ଟା ନୁହେଁ ୧୦.୩୦ରେ ସରିବ କ୍ଲାସ୍

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୬ଟା ୩୦ରୁ ଦିନ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । ଏହି ସମୟକୁ ସାମନ୍ୟ ପରିବର୍ତ୍ତନ କରାଯାଇଛି । ୧୦ ଟା ନୁହେଁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ ।

Odia is the language of Lord Jagannath
ସଂସ୍କୃତରେ ପାଇଥିବା ଚିଠିର ଉତ୍ତର ଓଡ଼ିଆରେ ଦେଲେ ଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ପାଖକୁ ଇନ୍ଦ୍ରଙ୍କ ଠାରୁ ଆସିଥିଲା ଚିଠି। ଲେଖାଥିଲା ସଂସ୍କୃତରେ। ଏହାର ଉତ୍ତର ଓଡିଆରେ ରଖିଥିଲେ ପ୍ରଭୁ ଜଗନ୍ନାଥ। ଏଥିରୁ ଜଣାଯାଏ ଓଡିଆ ଭାଷାକୁ ଜଗନ୍ନାଥ କେତେ ଭଲ ପାଆନ୍ତି।

Sumit Tapaswini
ବ୍ରହ୍ମପୁର ସୁମିତ-ତପସ୍ବିନୀ ବିବାଦ: ଏପ୍ରିଲ ୯ ରେ କୋର୍ଟରେ ହାଜର ହେବେ ପତିପତ୍ନୀ

ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Profile of Krushna Chandra Gajapati
ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ : ଓଡ଼ିଆ ଶିକ୍ଷା ଓ ସଂସ୍କୃତିର ପ୍ରମୁଖ ସାରଥୀ

ପ୍ରଜାହିତୈଷୀ ଓ ସଂସ୍କୃତି ପ୍ରିୟ ରାଜା ମଧ୍ୟରେ କୃଷ୍ଣଚନ୍ଦ୍ର ଗଜପତି ଅନ୍ୟତମ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଧାରା ମଧ୍ୟରେ ପାରଳାଖେମୁଣ୍ଡି ସହ ନୂଆପଡ଼ାକୁ ରେଳ ସଂଯୋଗ, ଗବେଷଣାରତ ଶିକ୍ଷାର୍ଥୀଙ୍କ ପାଇଁ ତାଙ୍କ ରାଜପ୍ରାସାଦରେ ଏକ ବଡ଼ ପାଠାଗାର ନିର୍ମାଣ ଇତ୍ୟାଦି ରହିଛି।

Aparajita Sarangi
ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ତାତିଲେ ଅପରାଜିତା

ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Profile of Pandit Nilakantha Das
ପଣ୍ଡିତ ନୀଳକଣ୍ଠ ଦାସ : ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ

୧୯୧୧ରେ ସେ କଲିକତାରୁ ଫେରିବା ପରେ ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ପରେ ପରେ ସେ ଓଡ଼ିଆ ଓ ଦର୍ଶନଶାସ୍ତ୍ରରେ ପ୍ରଫେସର ଭାବେ ଯୋଗ ଦେଇଥିଲେ।  କିନ୍ତୁ ଅସହଯୋଗ  ଆନ୍ଦୋଳନରେ ଯୋଗ ଦେବାକୁ ପଡ଼ିବାରୁ ତାଙ୍କୁ ଏହି ବୃତ୍ତି ଛାଡ଼ିବାକୁ ପଡ଼ିଥିଲା।

Narayanpatna goat can get national status
ନାରାୟଣପାଟଣା ଛେଳିକୁ ମିଳିପାରେ ଜାତୀୟ ମାନ୍ୟତା

ନାରାୟଣପାଟଣା ଛେଳିକୁ ମିଳିପାରେ ଜାତୀୟ ମାନ୍ୟତା । କେନ୍ଦ୍ର ସରକାରଙ୍କ ଏନଭିଏଜିଆର ଦୁଇ ଜଣିଆ ବିଶେଷଜ୍ଞ ଦଳ ଏନେଇ ନାରାୟଣପାଟଣା ଅଞ୍ଚଳରେ ଛେଳି ମାନଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି ।

Prasant Jagadev
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍‌ ଖାରଜ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ବାଣପୁର ଆସିଷ୍ଟାଣ୍ଟ ସେସନ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଜାମିନ ଖାରଜ ହୋଇଛି ।

Profile of Madhu Babu
ବାପାଙ୍କରର ବିରୋଧ ସତ୍ୱେ ଉଚ୍ଚଶିକ୍ଷା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ ମଧୁବାବୁ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅନେକ ମନୀଷିଙ୍କ ହାତ ରହିଛି। ସେମାନଙ୍କ ମଧ୍ୟରୁ କୁଳବୃଦ୍ଧ ମଧୁସୂଦନ ଦାସ ଅନ୍ୟତମ। ତେବେ ଆସନ୍ତୁ ଜାଣିନେବା ତାଙ୍କ ଜୀବନର କିଛି ନିଚ୍ଛକ ଜଳଛବି।

defeated candidate
କଥା ଦେଇ କଥା ରଖିଲେ ପରାଜିତ କଂଗ୍ରେସ ପ୍ରାର୍ଥୀ : ହାରିବା ପରେ ମଧ୍ୟ ଲୋକଙ୍କ ପାଇଁ ନଳକୂପ ଖୋଳିଲେ

ନିର୍ବାଚନ ସମୟରେ ଚେୟାରମ୍ୟାନ ପ୍ରାର୍ଥୀ ଜି.ଶ୍ରୀନିବାସ ମ୍ୟୁନିସପାଲଟିରେ ବିଭିନ୍ନ ସାହିରେ ୧୦ଟି ନଳକୂପ କରିବା ପାଇଁ ଦେଇଥିଲେ ପ୍ରତିଶ୍ରୁତି । କିନ୍ତୁ ବିଜୟୀ ନହେଲେ ମଧ୍ୟ ଜି.ଶ୍ରୀନିବାସ ନିଜର ପ୍ରତିଶ୍ରୁତି ପାଳନ କରି ଆରମ୍ଭ କରିଛନ୍ତି ନଳକୂପ ଖନନ

Lokaseva Bhawan
OAS ସ୍ତରରେ ବଡ଼ ଧରଣର ଅଦଳବଦଳ, କଳ୍ପତରୁ ହେଲେ CMC ଆତିରିକ୍ତ କମିଶନର

OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି ।

BUS Fare
ବଢ଼ିଲା ବସ୍‌ ଭଡ଼ା ! ଜାଣନ୍ତୁ କେଉଁ ବସ୍‌ ପାଇଁ କେତେ ରେଟ୍‌

ଅର୍ଡିନାରୀ ବା ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି ।

Bhojpuri film on chit fund money
ଚିଟଫଣ୍ଡ ଟଙ୍କାରେ ଭୋଜପୁରୀ ଫିଲ୍ମ, ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଚିଟଫଣ୍ଡ ଟଙ୍କାରେ ଭୋଜପୁରୀ ଫିଲ୍ମ । ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ସକ୍ସେସ୍ ଅନଲାଇନ ସର୍ଭିସ ସିଷ୍ଟମ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକ ଗିରଫ ହୋଇଥିବା ସୂଚନା ।