/odishatv-khabar/media/post_attachments/uploadimage/library/16_9/16_9_0/LOOT_1649062384.jpg)
LOOT
ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା । ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାରେ ଆନ୍ଧ୍ରପ୍ରଦେଶ ବ୍ୟବସାୟୀଙ୍କଠାରୁ ଏହି ଲୁଟ୍ ହୋଇଥିବା ଜଣାପଡିଛି ।
Advertisment
ସୂଚନା ଅନୁସାରେ, ଗତକାଲି ସୀମାବର୍ତ୍ତୀ ଜମାଦେଈପେଣ୍ଠ ନିକଟରେ ବ୍ୟସାୟୀ ଜଣକ ରାୟଗଡ଼ାରୁ ଘରକୁ ଫେରିବା ବେଳେ ତାଙ୍କୁ କିଛି ଦୃର୍ବୁତ୍ତ ଘେରି ଯାଇଥିଲେ । ଯାହା ପରେ ଲୁଟେରା ମାନେ ବନ୍ଧୁକ ଦେଖାଇ ଧମକଚମକ ଦେବା ସହ ୯୦୦ ଗ୍ରାମରୁ ଅଧିକ ସୁନା ଓ କ୍ୟାସ୍ ୯ ଲକ୍ଷ ଟଙ୍କା ଲୁଟ୍ ନେଇଛନ୍ତି । ଘଟଣାକୁ ନେଇ ସେ ଥାନାରେ ଫେରାଦ୍ ହୋଇଛନ୍ତି ।
ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀଙ୍କ ଘର ଆନ୍ଧ୍ରର ପାର୍ବତୀପୁରମ୍ରେ ହୋଇଥିବାବେଳେ ସେ ଓଡ଼ିଶାକୁ ବ୍ୟବସାୟ କରିବାକୁ ଆସିଥିଲେ । ସେହି ସମୟରେ ଏହି ଲୁଟ୍ ହୋଇଛି ।
Advertisment
(ସିସିଟିଭି ଯାଞ୍ଚ ସମୟର ଦୃଶ୍ୟ)ରାୟଗଡ଼ା ଏସଡିପିଓ ଦିବ୍ୟଜ୍ୟୋତି ଦାସଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)