ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ। ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ସ୍ୱାଇନ୍ ଫ୍ଲୁ ରିପୋର୍ଟ ପଜିଟିଭ୍ ଆସିଛି। ଅନ୍ୟ ଜଣଙ୍କର ରିପୋର୍ଟ ଆସିନି। ବଡ଼ କଥା ହେଲା, ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି କରି ଉଭୟ ଆବେଦନକାରୀଙ୍କ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା ଲଗାଯାଇଛି।
ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଥିଲା ।
ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ, କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର ସେଇ ଭବ୍ୟ ଦୃଶ୍ୟକୁ..
ବ୍ରଜରାଜନଗରରେ କାହା ହାତକୁ ଯିବ କ୍ଷମତା ? କିଏ ମାରିବେ ବାଜି ? ଲୋକଙ୍କ ଆସ୍ଥା ଜିତିବାରେ କିଏ ହୋଇଛି ସଫଳ ? ରାଜ୍ୟର ଏହି ଚର୍ଚ୍ଚିତ ଓ ହଟ୍ ସିଟ୍ରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଶୁକ୍ରବାର । ତିଥି – ୪ର୍ଥୀ ରାତ୍ର ୦୨/୪୨/୧୨୧ ଗତେ ୫ ମୀ । ଚନ୍ଦ୍ର - ମିଥୁନ ଦିବା ୧୨/୨୦ ଗତେ କର୍କଟ ପର୍ଯ୍ୟନ୍ତ । ଘାତ ଚନ୍ଦ୍ର- କନ୍ୟା ରାଶିର ଦିବା ୧୨/୨୦ । ଘାତ ବାର – ବିଛା,ଧନୁ,ମୀନ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା ୦୪/୦୩/୫୨ ଗତେ ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ସନ୍ଧ୍ୟା ୦୭/୦୪/୪୩ ପର୍ଯ୍ୟନ୍ତ ।
ପଶ୍ଚିମ ଓଡ଼ିଶାର ହଟ୍ ସିଟ୍। ବଡ଼ ନେତା, ହାଇପ୍ରୋଫାଇଲ୍ ଉପନିର୍ବାଚନ। କାହା ହାତକୁ ଯିବ କ୍ଷମତା ? ବ୍ରଜରାଜନଗର ଉପନିର୍ବାଚନର ଆଜି ଭୋଟ୍ ଗଣତି। ସକାଳ ୮ ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି। ଏହାପରେ ଇଭିଏମ୍ ଗଣତି କରାଯିବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଯେଉଁ ନମ୍ବରରେ ମେସେଜ ଆସିଥିଲା ସେ ନମ୍ବରକୁ ଫୋନ କରିବା ପରେ ସେ ତାଙ୍କ ଠାରୁ ଚତୁରତାର ସହ SBI ୟୋନୋର ଆଇଡି ପାସୱାର୍ଡ ମାଗି ନେଇଥିଲେ ।
କୁନି କୁନି ସ୍କୁଲ ପିଲାଙ୍କୁ ଗଛକଟା ଯାଇଥିବା ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ରଙ୍ଗତୂଳୀରେ ପରିବେଶ ସଚେତନତାର ଚିତ୍ର ଅଙ୍କାଯାଇ କରାଯାଇଛି ଅଭିନବ ଢଙ୍ଗରେ ପ୍ରତିବାଦ
ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା ।
ଭୁବନେଶ୍ୱର ଏୟାରପୋର୍ଟରେ ପ୍ରେମକୁ ନେଇ ହାଇଡ୍ରାମା । ପ୍ରେମୀଯୁଗଳଙ୍କୁ ଏସ୍କର୍ଟ କରି ଆଣିଲା ପୋଲିସ । ପାଠ ପଢିବା ବେଳେ ଯୁବକ-ଯୁବତୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ ।
ଏହାରି ଦୁଃଖରେ ଏବେ ରାହୁଲ ରାତି ଦିନ କାନ୍ଦୁଛନ୍ତି। ସ୍ତ୍ରୀଙ୍କ ଫଟୋ ଦେଖି ତାଙ୍କୁ ଝୁରୁଛନ୍ତି।
ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ ।
କିନ୍ନର ମାନଙ୍କୁ ଏହା ଏକ ପ୍ରକାର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରୋତ୍ସାହନ ବୋଲି ଅନେକ ମତ ଦେଇଛନ୍ତି ।
ଆଜି ବେଙ୍ଗାଲୁରୁରୁ ଉଭୟେ ଆସୁଥିବା ବେଳେ ଅସୁରକ୍ଷିତ ଅନୁଭବ କରିଥିଲେ।
ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ କହିଥିଲେ ଅନୁଭବ ।
ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଥିଲା । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ । ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।
ଅନୁଭବଙ୍କ ଅଭିଯୋଗର ଫର୍ଦ୍ଦ ସରୁନି । ଏଥର ଆଉ ଜଣେ ଅଭିନେତ୍ରୀଙ୍କୁ କଲେ ଟାର୍ଗେଟ ।
ନିର୍ମାଣ, ଗଛକଟା,ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ନବ ସଂକଳ୍ପ ଶିବିରରେ ତିନି ବିଧାୟକ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ରମେଶ ଜେନାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଯୋର ଧରିଛି। ସ୍ୱାସ୍ଥ୍ୟଗତ କାରଣରୁ ଗତକାଲି ସଂକଳ୍ପ ଶିବିରରେ ଯୋଗ ଦେଇପାରିନଥିଲି ବୋଲି ତାରା ବାହିନୀପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଗତକାଲି କମିଥିଲା, ଆଜି ବଢ଼ିଲା ସୁନା ଦର
ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି।
ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ । ମେ' ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ ।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ତିଥି – ୩ୟା ରାତ୍ର ୧୨/୧୭/୨୪ ଗତେ ୪ର୍ଥୀ । ଚନ୍ଦ୍ର - ମିଥୁନ ଅହୋରାତ୍ର । ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତ ବାର - ତୁଳା, କୁମ୍ଭ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା ୦୪/୦୩/୫୨ ଗତେ ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ।