/odishatv-khabar/media/post_attachments/uploadimage/library/16_9/16_9_0/Accident_1654143774.jpg)
Accident
ରସୁଲଗଡ଼ ଓଭରବ୍ରିଜରେ ସିରିଜ ଦୁର୍ଘଟଣା । ଅଜଣାଗାଡ଼ି ଧକ୍କାରେ ପଛକୁ ପଛ ଧକ୍କା ହେଲେ ୩ଟି କାର । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କାରରେ ଥିବା କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି । ସେପଟେ ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Advertisment
ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣାରେ କାହାର କିଛି ହୋଇନାହିଁ। ମଞ୍ଚେଶ୍ୱର ପୁଲିସ ପହଞ୍ଚି ଯାତ୍ରୀମାନଙ୍କ ଗାଡ଼ିରୁ ଉଦ୍ଧାର କରିଥିଲା। ଦୁର୍ଘଟଣାରେ କାର୍ ଗୁଡ଼ିକର ଆଗ ଓ ପଛ ଅଂଶ ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ଘଟିବା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପାହାଳ ନିକଟରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ପୁଲିସ ଜବତ କରିଥିଲା। ପୁଲିସ ଟ୍ରକ୍ ଡ୍ରାଇଭର ଓ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ହଠାତ୍ ଏକ ଟ୍ରକ୍ ଆସି ଏକ କାର୍କୁ ଧକ୍କା ଦେଇଥିଲା। ପରେ ଗାଡ଼ି ଗୁଡ଼ିକ ପିଟି ହୋଇ ଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)