• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ସୁପ୍ରିମକୋର୍ଟରେ ଜୋରଦାର ଲଢେଇ । ସୁପ୍ରିମୋକୋର୍ଟରେ ଜଷ୍ଟିସ୍ ବି.ଆର ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କ ୨ ଜଣିଆ ଖଣ୍ଡିପୀଠରେ ମାମାଲର ଶୁଣାଣି ହୋଇଛି । ଆବେଦନକାରୀ ଓ ରାଜ୍ୟ ସରକାର, ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷତି ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତାକାଲି ରାୟ ପ୍ରକାଶ କରିପାରନ୍ତି କୋର୍ଟ ।

ତେବେ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା । ବିନା ଅନୁମତିରେ ନିଷିଦ୍ଧାଞ୍ଚଳରେ ଆଇନ ଉଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ ହେଉଥିବା ଆବେଦେନକାରୀଙ୍କ ଓକିଲ ଯୁକ୍ତି ବାଢିଥିବେଳେ ଭକ୍ତଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ନିର୍ମାଣ କାର୍ଯ୍ୟ କରାଯାଉଥିବା ଯୁକ୍ତି ରଖିଥିଲେ ରାଜ୍ୟ ସରକାର ।

ଆବେଦନକାରୀଙ୍କ ଓକିଲ ମହାଲକ୍ଷ୍ମୀ ପାବନୀ କୋର୍ଟରେ ୩ଟି ରିପୋର୍ଟ, ଭୁବନେଶ୍ୱର ଏଏସଆଇ, ଜିଡି ଏଏସାଇଙ୍କ ଭିଜିଟ୍ ନୋଟ୍ ଏବଂ ଯୁଗ୍ମ ଅନୁଧ୍ୟାନ ରିପୋର୍ଟ ଉପସ୍ଥାପନ କରିଥିଲେ । ରିପୋର୍ଟକୁ ଆଧାରକରି ପାବନୀ ଯୁକ୍ତି ବାଢିଥିଲେ ଯେ ମନ୍ଦିର ଚାରିପଟେ ହୋଇଥିବା ନିର୍ମାଣ କାର୍ଯ୍ୟରେ ଆଇନର ବ୍ୟାପକ ଉଲଂଘନ ହୋଇଛି । ନିର୍ମାଣ ପାଇଁ ଏଏସ୍‌ଆଇର ଅନୁମତି ନାହିଁ ଓ ମନ୍ଦିର ପାର୍ଶ୍ୱରେ ଖନନ ଦ୍ୱାରା ଐତିହ୍ୟ କିର୍ତ୍ତିରାଜୀର ଅପୂରଣୀୟ କ୍ଷତି ହୋଇଛି ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ ଆବେଦନକାରୀଙ୍କ ଓକିଲ ।

ତେବେ ଆମ୍ସାର ଆକ୍ଟ ଅନୁସାରେ ନିଷିଦ୍ଧାଞ୍ଚଳରେ ନିର୍ମାଣ ପାଇଁ ଏସ୍‌ଆଇର ନିର୍ଦ୍ଦେଶକ କିମ୍ବା କମିଶନରଙ୍କ ଠାରୁ ଏନ୍ଓସି ଆଣିବା ବାଧ୍ୟତାମୂଳକ । ସେହିପରି ରେଗୁଲେଟଡ୍‌ ଏରିଆରେ ମଧ୍ୟ ନିର୍ମାଣ ପାଇଁ ଏଏସଆଇର ଅନୁମତିର ଆବଶ୍ୟକ ଥିବା କୋର୍ଟରେ କହିଥିଲେ ଆବେଦନକାରୀଙ୍କ ଓକିଲ । ସେପଟେ ଶ୍ରୀମନ୍ଦିର ମେଘନାଦ ପାଚେରୀର ପଶ୍ଚିମ ପାର୍ଶ୍ୱରେ ୩୦ ଫୁଟ୍ ଗାତ ଖୋଳାଯାଇ ନିର୍ମାଣ କରାଯାଇଛି । ଯାହା ଦ୍ୱାରା ଶ୍ରୀମନ୍ଦିର ଓ ଏହାର କାନ୍ଥରେ ଫାଟ ହୋଇଥିବା ଅଭିଯୋଗ ହୋଇଛି ବୋଲି ଆବେଦେନକାରୀଙ୍କ ଅନ୍ୟତମ ଓକିଲ ବିନୟ ନବାରେ ଅଭିଯୋଗ କରିଥିଲେ । ବେଆଇନ ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବା ସେ ଯୁକ୍ତି ବାଢିଥିଲେ ।

ସେପଟେ  ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍ ଜେନେରାଲ୍ ଅଶୋକ ପରିଜା ଯୁକ୍ତି ବାଢିଥିଲେ । ନିଷିଦ୍ଧାଞ୍ଚଳରେ ନିର୍ମାଣର ଆଇନଗତ ସଂଜ୍ଞ୍ୟାକୁ ବୁଝାଇ ଶ୍ରୀ ପରିଜା କହିଥିଲେ ପରିକ୍ରମା ପ୍ରକଳ୍ପରେ ହେଉଥିବା କାମକୁ ନିର୍ମାଣ ବୋଲି କହିବା ଠିକ୍ ହେବନି । କେବଳ ଭକ୍ତଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ କାର୍ଯ୍ୟ ହେଉଛି । ଏନେଇ ଏନ୍ଏମ୍ଏର ଅନୁମତି ରହିଛି ।

ପ୍ରତିଦିନ ପ୍ରାୟ ୬୦ ହଜାର ଭକ୍ତ ମନ୍ଦିରକୁ ଦର୍ଶନ କରିବା ପାଇଁ ଆସୁଛନ୍ତି । ତେଣୁ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଦ୍ଧୃତ କରି ଏଜି ଯୁକ୍ତି ବାଢିଥିଲେ ସର୍ବୋଚ୍ଚ ନ୍ୟାୟାଳୟଙ୍କର ବି ଶୈଚାଳୟ ନିର୍ମାଣ ପାଇଁ ନିର୍ଦ୍ଦେଶ ଥିଲା । ସେପଟେ ପୁରୀ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଯୁକ୍ତି ବାଢିଥିଲେ ଯେ, ରଥଯାତ୍ରା ସମୟରେ ୧୫ରୁ ୨୦ ଲକ୍ଷ ଭକ୍ତ ପୁରୀକୁ ଆସୁଛନ୍ତି । ପୂର୍ବରୁ ଦଳଚକଟା ହେବାର ନଜିର ରହିଛି । ତେଣୁ ଭକ୍ତଙ୍କ ସୁବିଧା ପାଇଁ ସ୍ଥାନୀୟ ଅଂଚଳ ଖାଲି କରିବାର ଅବଶ୍ୟକତା ରହିଛି ।

ତେବେ ଏହି ପ୍ରକଳ୍ପ ଲାଗି ସେବାୟତମାନଙ୍କ ସମର୍ଥନ ରହିଛି, ସେବାୟତମାନେ ଜମି ବି ଦାନ କରିଛନ୍ତି ବୋଲି ପିନାକୀ ଯୁକ୍ତି ବାଢିଥିଲେ । ସେପଟେ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ ଯେଉଁଠି ଏନଏମଏ ଅନୁମତି ଦେଇଛନ୍ତି ସେଠି ଆଉ ଅସବିଧା କଣ ?