ଭୁବନେଶ୍ୱର ବିମାନବନ୍ଦରରୁ ପ୍ରେମୀଯୁଗଳ ଉଦ୍ଧାର। ପ୍ରେମୀଯୁଗଳଙ୍କୁ ଉଦ୍ଧାର କରି ଏୟାରପୋର୍ଟ ଥାନାକୁ ଆଣିଲା ପୋଲିସ। ଉଭୟ ଯୁବକ ଯୁବତୀ ଭୁବନେଶ୍ୱରର ହୋଇଥିବା ସୂଚନା ମିଳିଛି। ବିବାହ ପାଇଁ ପରିବାର ରାଜି ନଥିଲେ। ତେଣୁ ଏହାକୁ ନେଇ ବିବାଦ ଥିଲା।
-ଭୁବନେଶ୍ୱର ବିମାନବନ୍ଦରରୁ ପ୍ରେମୀଯୁଗଳ ଉଦ୍ଧାର। ପ୍ରେମୀଯୁଗଳଙ୍କୁ ଉଦ୍ଧାର କରି ଏୟାରପୋର୍ଟ ଥାନାକୁ ଆଣିଲା ପୋଲିସ...#Odisha #OTV pic.twitter.com/fHtpU1R4GY
— ଓଟିଭି (@otvkhabar) June 2, 2022
ଆଜି ବେଙ୍ଗାଳୁରୁରୁ ଉଭୟେ ଆସୁଥିବା ବେଳେ ଅସୁରକ୍ଷିତ ଅନୁଭବ କରିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତୁରନ୍ତ ଏନେଇ ପୋଲିସ୍କୁ ଖବର ଦେଇଥିଲେ। ପୋଲିସଠାରୁ ସୁରକ୍ଷା ମାଗିବା ପରେ ଉଭୟଙ୍କୁ ପୋଲିସ୍ ଥାନାକୁ ଆଣିଛି।
ଘଟଣାକୁ ନେଇ ପୁଅର ମା କହିଛନ୍ତି ଯେ, ସେମାନେ ୭ ବର୍ଷ ଧରି ଉଭୟ ଉଭୟଙ୍କୁ ଭଲପାଇ ଆସୁଛନ୍ତି। ସେମାନେ ବିବାହ କଲେ ଖୁସିରେ ରହିପାରିବେ। ଅପରପଟେ ଝିଅର ବାପା କହିଛନ୍ତି ଯେ, ମୋ ଝିଅକୁ ଫସାଇ ଦିଆଯାଇଛି। ଏହା ସେମାନଙ୍କ ପୂର୍ବ ଯୋଜନା। କିନ୍ତୁ ସେମାନେ ଏବେ ସାବାଳକ, ଚାହିଁଲେ ନିଷ୍ପତ୍ତି ନେଇପାରିବେ କିନ୍ତୁ ମୁଁ ସ୍ୱୀକାର କରିବିନି।